ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦,୦୬୪ କରୋନା ସଂକ୍ରମିତ ଚିହ୍ନଟ, ୧୩୭ ମୃତ

ନୂଆଦିଲ୍ଳୀ: ଦେଶର ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦,୦୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୮୧ ହଜାର ୮୩୭ରେ ପହଞ୍ଚିଛି। ଏବେ ବି ସକ୍ରିୟ ଅଛନ୍ତି ଲକ୍ଷ ୫୨୮ ଜଣ। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧ କୋଟି ୨ ଲକ୍ଷ ୨୮ ୭୫୩ ଜଣ। ତେବେ ପୁଣି ୧୩୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

 

ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ ୯ ହଜାର ୭୯୧ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୮ କୋଟି ୭୮ ଲକ୍ଷ ୨ ହଜାର ୮୨୭ ନମୁନା ପରୀକ୍ଷା ହୋଇ ସାରିଲାଣି।

ସମ୍ବନ୍ଧିତ ଖବର