ଦେଶରେ ୨୪ ଘଣ୍ଟାରେ ୩,୨୩୦ କରୋନା ସଂକ୍ରମିତ ଚିହ୍ନଟ, ୩୨ ଜଣଙ୍କର ହୋଇଛି ମୃତ୍ୟୁ

ନୂଆଦିଲ୍ଳୀ: ଦେଶରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି  ୪,୧୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ରହିଛି ୩,୨୩୦।

ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୭୫, ୪୭୩ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୩୫୮ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି।

ଆଜି ଆଉ ୩୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୨୮, ୫୬୨ରେ ପହଞ୍ଚିଛି। ଆଜି କେବଳ କେରଳରୁ ୨୨ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି।

କରୋନା ସଂକ୍ରମଣ ସକ୍ରିୟ ମାମଲା ହାର ୦.୧୦ ପ୍ରତିଶତ ରହିଥିବା ବେଳେ କରୋନା ସୁସ୍ଥ ହାର ରହିଛି ୯୮.୭୨ ପ୍ରତିଶତ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର