ରାଉରକେଲା: ଉଦିତନଗରସ୍ଥ ବିରଜାପାଲିସ୍ଥ ନୂଆକୋର୍ଟ ପରିସରରେ ଚଳିତ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ମୋଟର ଦୁର୍ଘଟଣା ବିଚାରପତି ମୁକ୍ତିରଞ୍ଜନ ଶତପଥୀ ଅଧ୍ୟକ୍ଷତା କରିଥିଲେ। ମୋଟ ୬୨୦ ଟି ବିଭିନ୍ନ ମାମଲା ସମାଧାନ ପାଇଁ ଆସିଥିଲା। ଏଥିରୁ ୩୦୩ଟି ମାମଲାର ସମାଧାନ ହୋଇଛି।

Advertisment

ପରିବାର ଅଦାଲତ ବିଚାରପତି ଲିଲି ସେନାପତି, ଦ୍ବିତୀୟ ଅତିରିକ୍ତ ଦୌରଜଜ୍‌ ମନୋଜ କୁମାର, ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ ଅଭିଜିତ୍‌ କୁମାର ପୁରୋହିତ, ଏସ୍‌ଡିଜେଏମ୍‌ ପି. ମଣ୍ଡଳ, ସିଭିଲ୍‌ ଜଜ୍‌ ଚରଣ କୁମାର ଜେନା, ଜେଏମ୍‌ଏଫ୍‌ସି (ରୁରାଲ) ଶର୍ମିଷ୍ଠା ପାଢ଼ୀ, କରୋନିକା ଘୋଷ ମାମଲାଗୁଡ଼ିକର ସମାଧାନ କରିଥିଲେ। ମୋଟ ୧୮୦ଟି ଚେକ୍‌ ବାଉନ୍ସ ମାମଲାରୁ ୪୩ଟିର ସମାଧାନ କରାଯାଇଛି। ବିଭିନ୍ନ ସଂସ୍ଥାରୁ ୨୯ କୋଟି ୮୭ ଲକ୍ଷ ୧୧ ହଜାର ୪୨୪ ଟଙ୍କା ଆଦାୟ ପାଇଁ ବିଚାରପତି ନିର୍ଦେଶ ଦେଇଛନ୍ତି। ୩୧ଟି ମନି ରିକଭରି ମାମଲାରୁ ୯ଟିର ସମାଧାନ ହୋଇଛି। ୨ କୋଟି ୮୮ ଲକ୍ଷ ୨ ହଜାର ୧୧୯ ଟଙ୍କା ଦେବାକୁ ନିର୍ଦେଶ ନିଆଯାଇଛି। ୧୩୫ ମୋଟର ଦୁର୍ଘଟଣାଜନିତ ମାମଲାରୁ ୩୦ଟି ସମାଧାନ ହୋଇଛି। ୨ କୋଟି ୬୯ ଲକ୍ଷ ୫୫ ହଜାର ଟଙ୍କା ଆଦାୟ ପାଇଁ ବିଭିନ୍ନ ବୀମା କମ୍ପାନିକୁ ନିର୍ଦେଶ ଦେଇଛନ୍ତି। ୨୭ଟି ବୈବାହିକ ମାମଲାରୁ ୧୧ଟି ଫଇସଲା ହୋଇଛି। ୧୩ଟି ଅନ୍ୟାନ୍ୟ ସିଭିଲ ମାମଲାରୁ ୩ଟିର ସମାଧାନ କରାଯାଇ ୭ ଲକ୍ଷ ୧୦ ହଜାର ଟଙ୍କା ଆଦାୟ ନିର୍ଦେଶ ଦିଆଯାଇଛି। ସେମିତି ୨୧୦ଟି ଅନ୍ୟାନ୍ୟ ଅପରାଧିକ ମାମଲାରୁ ୨୦୪ଟି ସମାଧାନ ହୋଇଛି।

ପରିବାର ଅଦାଲତ ବିଚାରପତି ଲିଲି ସେନାପତି, ଦ୍ବିତୀୟ ଅତିରିକ୍ତ ଦୌରଜଜ୍‌ ମନୋଜ କୁମାର, ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ ଅଭିଜିତ୍‌ କୁମାର ପୁରୋହିତ, ଏସ୍‌ଡିଜେଏମ୍‌ ପି. ମଣ୍ଡଳ, ସିଭିଲ୍‌ ଜଜ୍‌ ଚରଣ କୁମାର ଜେନା, ଜେଏମ୍‌ଏଫ୍‌ସି (ରୁରାଲ) ଶର୍ମିଷ୍ଠା ପାଢ଼ୀ, କରୋନିକା ଘୋଷ ମାମଲାଗୁଡ଼ିକର ସମାଧାନ କରିଥିଲେ। ମୋଟ ୧୮୦ଟି ଚେକ୍‌ ବାଉନ୍ସ ମାମଲାରୁ ୪୩ଟିର ସମାଧାନ କରାଯାଇଛି। ବିଭିନ୍ନ ସଂସ୍ଥାରୁ ୨୯ କୋଟି ୮୭ ଲକ୍ଷ ୧୧ ହଜାର ୪୨୪ ଟଙ୍କା ଆଦାୟ ପାଇଁ ବିଚାରପତି ନିର୍ଦେଶ ଦେଇଛନ୍ତି। ୩୧ଟି ମନି ରିକଭରି ମାମଲାରୁ ୯ଟିର ସମାଧାନ ହୋଇଛି। ୨ କୋଟି ୮୮ ଲକ୍ଷ ୨ ହଜାର ୧୧୯ ଟଙ୍କା ଦେବାକୁ ନିର୍ଦେଶ ନିଆଯାଇଛି। ୧୩୫ ମୋଟର ଦୁର୍ଘଟଣାଜନିତ ମାମଲାରୁ ୩୦ଟି ସମାଧାନ ହୋଇଛି। ୨ କୋଟି ୬୯ ଲକ୍ଷ ୫୫ ହଜାର ଟଙ୍କା ଆଦାୟ ପାଇଁ ବିଭିନ୍ନ ବୀମା କମ୍ପାନିକୁ ନିର୍ଦେଶ ଦେଇଛନ୍ତି। ୨୭ଟି ବୈବାହିକ ମାମଲାରୁ ୧୧ଟି ଫଇସଲା ହୋଇଛି। ୧୩ଟି ଅନ୍ୟାନ୍ୟ ସିଭିଲ ମାମଲାରୁ ୩ଟିର ସମାଧାନ କରାଯାଇ ୭ ଲକ୍ଷ ୧୦ ହଜାର ଟଙ୍କା ଆଦାୟ ନିର୍ଦେଶ ଦିଆଯାଇଛି। ସେମିତି ୨୧୦ଟି ଅନ୍ୟାନ୍ୟ ଅପରାଧିକ ମାମଲାରୁ ୨୦୪ଟି ସମାଧାନ ହୋଇଛି। ବରିଷ୍ଠ ଆଇନଜୀବୀ ଗିରୀଶ ମହାପାତ୍ର, ଦଣ୍ଡପାଣି ଚୌଧୁରୀ, ଅମୂଲ୍ୟ ମହାପାତ୍ର, ଏସ୍‌.କେ. ବାରିକ୍‌, ଏବି ଷଡ଼ଙ୍ଗୀ, ପାଣ୍ଡବ ପାତ୍ର, ମନୋଜ ପଟ୍ଟନାୟକ, ସମୀର ପ୍ରଧାନ, ଗୁରୁ ମହାପାତ୍ର, ନିର୍ମଳ କୁମାର ସ୍ବାଇଁ, ଏସ୍‌ସି ଦାସ ଓ ମାନସ  ପଣ୍ଡା ମାମଲା ପରିଚାଳନାରେ ସହଯୋଗ କରିଥିଲେ।