ଓଡ଼ିଶାର ବିପର୍ଯ୍ୟୟକୁ ଗୁରୁତ୍ୱ ଦେଉନାହାନ୍ତି ଜାତୀୟସ୍ତରର ଗଣମାଧ୍ୟମ

ଭୁବନେଶ୍ୱର : ଓଡ଼ିଶା ଏବେ ପ୍ରଳୟଙ୍କରୀ ମହାବାତ୍ୟା ଫନିର ତାଣ୍ଡବରେ ଛାରଖାର ହୋଇଯାଇଛି । ପୁରୀ, ଖୋର୍ଦ୍ଧା, ଭଦ୍ରକ,ବାଲେଶ୍ୱର, ଜଗତସିଂପୁର, ଯାଜପୁର, ଢେଙ୍କାନାଳ ସମେତ ସମସ୍ତ ଉପକୂଳବର୍ତ୍ତି ଜିଲ୍ଲାରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି । କେତେ କ୍ଷତି ହୋଇଛି ତାହାର କଳନା କରାଯାଇପାରୁନାହିଁ । ମୋଟ କେତେ ଲୋକ ମରିଛନ୍ତି ତାହାର ଏପର୍ଯ୍ୟନ୍ତ ହିସାବ ମିଳିନାହିଁ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତଥାକଥିତ ଜାତୀୟ ସ୍ତରର ଗଣମାଧ୍ୟମଗୁଡ଼ିକ ଓଡ଼ିଶାର ଏହି ଦୁର୍ଦ୍ଦଶାକୁ ପ୍ରସାରିତ କରିବାରେ ଅବହେଳା କରୁଛନ୍ତି । ଆହୁରିଶ୍ଚର୍ଯ୍ୟଜନକ କଥା ହେଉଛି ଯେ  ଦେଶର ଏକ ପ୍ରମୁଖ ଇଂରାଜୀ  ଖବରକାଗଜରେ ପ୍ରକାଶିତ ରିପୋର୍ଟରେ ଲେଖାହୋଇଛି ଯେ ଫନି ବାତ୍ୟା ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ପ୍ରବଳ କ୍ଷୟକ୍ଷତି ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟକଥା ଏଥିରେ ଓଡ଼ିଶାର ନାଁ ନାହିଁ ।

ଗତ ବର୍ଷ କେରଳରେ ହୋଇଥିବା ବନ୍ୟାକୁ ଏସବୁ ଜାତୀୟ ସ୍ତରର ଗଣମାଧ୍ୟମ ଦୀର୍ଘ ଏକ ମାସଧରି ମୁଖ୍ୟ ଖବର କରି ଦେଖାଇଥିଲେ । ଏହାକୁ ନେଇ ରାଜନୀତି ମଧ୍ୟ ଅନେକ ହୋଇଥିଲା । ଦେଶବିଦେଶରୁ ଅନେକ ସାହାଯ୍ୟର ହାତ ଲମ୍ବି ଆସିଥିଲା । କିନ୍ତୁ ଓଡ଼ିଶାର ବିପର୍ଯ୍ୟୟ ଅଧିକ କ୍ଷତିକାରକ  ହୋଇଥିଲେ ମଧ୍ୟ ଏସବୁ ଗଣମାଧ୍ୟମରେ ତାହାର ସେପରି ଚର୍ଚ୍ଚା ନାହିଁ ।

ସମ୍ବନ୍ଧିତ ଖବର