ରାଜନୀତିରେ ଚର୍ଚ୍ଚା : ବାଲେଶ୍ୱରର ଦୁଇ ପ୍ରତିନ୍ଦ୍ବନ୍ଦ୍ବୀ ପରସ୍ପର ସହ ହାତ ମିଳାଇଲେ, ନବାଗତ ନବଜ୍ୟୋତିଙ୍କୁ ଅଭିଜ୍ଞ ପ୍ରତାପ କହିଲେ- ‘ଅଲ୍ ଦି ବେଷ୍ଟ’

ବାଲେଶ୍ୱର: ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଆଜି ଏକ ଦୃଶ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।  ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ସାମ୍ନାସାମ୍ନି ହୋଇଥିଲେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଜଣେ ନବାଗତ ଆଉ ଜଣେ ରାଜନୀତିରେ ଅଭିଜ୍ଞ ନେତା। ଦୁହେଁ ସାମ୍ନାସାମ୍ନି ହେବାପରେ  ଏମିତି  କିଛି ଘଟିଲା, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।

ମ୍ୟାଚ୍ ପୂର୍ବରୁ ଯେଉଁ ଭଳି ଖେଳାଳିମାନେ ନିଜ ନିଜର ପ୍ରତିପକ୍ଷକୁ ଶୁଭେଚ୍ଛା ଜଣାଇବାର ପ୍ରଥା ଦେଖିବାକୁ ମିଳିଥାଏ । ଠିକ୍ ସେହିଭଳି ବାଲେଶ୍ୱରରେ ରାଜନୀତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ବରିଷ୍ଠ ପ୍ରତାପ ଆଉ କନିଷ୍ଠ ନବଜ୍ୟୋତି ଏକାଠି ହୋଇଥିଲେ ଦୁହେଁ ଦୁହିଁଙ୍କୁ ହାତ ମିଳାଇ ଶୁଭେଚ୍ଛା ଜ୍ଞାପନ କଲେ। ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହେଲା ।

ରାଜନୀତିରେ ନୂଆ କରି ଇନିଂସ୍ ଖେଳିବାକୁ ଯାଉଥିବା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ନାମାଙ୍କନ ଭରୁଥିବା ସମୟରେ ବରିଷ୍ଠ ବିଜେପି ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସାମ୍ନାରେ ଦେଖି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ପ୍ରତାପ ମଧ୍ୟ ନବଜ୍ୟୋତିଙ୍କୁ ଆଲିଙ୍ଗନ କରି ‘ଅଲ୍ ଦି ବେଷ୍ଟ’କହିଥିଲେ।

ସମ୍ବନ୍ଧିତ ଖବର