ଭୁବନେଶ୍ୱର: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ବିଧାନସଭା ନିର୍ବାଚନ ବିପୁଳ ବିଜୟ ମିଳିଛି। ୨ଟି ରାଜ୍ୟରେ ବିଜେପିର ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଉଭୟ ରାଜ୍ୟରେ ବିଜେପି ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଶାସନ ଜାରି ରଖିବ। ବିଜେପିର ଦୀର୍ଘ ୨୨ ବର୍ଷର ଶାସନରେ ଗୁଜରାଟବାସୀ ସନ୍ତୁଷ୍ଟ ଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ପ୍ରତି ବିମୁଖ ହୋଇଛନ୍ତି ମତଦାତା। ଗୁଜରାଟରେ ବିଜେପିକୁ ୯୯ସିଟି ମିଳିଥିବା ବେଳେ କଂଗ୍ରେସକୁ ୭୯ ସିଟ ମିଳିଛି। ଅନ୍ୟ ଦଳକୁ ମିଳିଥିବା ଆସନ ସଂଖ୍ୟା ହେଉଛି ୪। ସେହିଭଳି ହିମାଚଳ ପ୍ରଦେଶରେ ବିଜେପିକୁ ୪୪ ସିଟ, କଂଗ୍ରେସକୁ ୨୧ସିଟ ଓ ଅନ୍ୟ ଦଳକୁ ୩ଟି ଆସନ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/collage15.jpg)