ଭୁବନେଶ୍ବର: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂଜାମଣ୍ଡପ ବୁଲିଛନ୍ତି। ନବୀନ ପଟ୍ଟନାୟକ ସକାଳ ସାଢେ ୧୦ଟାରେ ନବୀନ ନିବାସରୁ ବାହାରି ୧୦ଟା ୪୫ରେ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ନବୀନଙ୍କୁ ପାଖରୁ ଦେଖିବା ଲାଗି ଲୋକଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଏହାପରେ ସେ ସହିଦନଗର ଓ ବଡ଼ଗଡ଼ ମଣ୍ଡପରେ ମାଆଙ୍କୁ ଦର୍ଶନ କରିବେ ବୋଲି ଜଣାଯାଇଛି।

Advertisment

ଏଣେ ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି କଟକ ଓ ଭୁବନେଶ୍ବରର ବିଭିନ୍ନ ପୂଜାମଣ୍ଡପ ବୁଲିବେ ବୋଲି ସୂଚନା ରହିଛି।