କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ବୈଜୟନ୍ତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସିଧା ସଳଖ ଟାର୍ଗେଟ କରିଛନ୍ତି। ବୈଜୟନ୍ତ କିଭଳି କେନ୍ଦ୍ରାପଡାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ତାହାର ଉଦାହରଣ ନବୀନ ଲୋକଙ୍କ ସାମ୍ନାରେ ରଖିଛନ୍ତି ।

Advertisment

ସ୍ୱାଧୀନତାର ୭୦ ବର୍ଷ ପରେ ବି କେନ୍ଦ୍ରାପଡାକୁ ରେଳ ଯୋଗାଯୋଗ ନାହିଁ। ଏଥିପାଇଁ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଥିବା ବେଳେ ବିଶ୍ୱାସ ଭାଙ୍ଗିଥିଲେ ବୈଜୟନ୍ତ । କେନ୍ଦ୍ରାପଡାରେ ରେଳ ସଂଯୋଗ ନେଇ ଦିଲ୍ଲୀରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେଲା ବେଳେ ହିଁ ବୈଜୟନ୍ତଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା ।

କେନ୍ଦ୍ରର ବରିଷ୍ଠ ମନ୍ତ୍ରୀ କହିଥିଲେ, ଆପଣ କେନ୍ଦ୍ରାପଡାରେ ରେଳ ଲାଇନ କଥା କହୁଛନ୍ତି କିନ୍ତୁ କେନ୍ଦ୍ରାପଡା ସାଂସଦ ସବୁବେଳେ ତାଙ୍କ ଶିଳ୍ପର ପ୍ରସାର ପାଇଁ ରେଳ ଯୋଗାଯୋଗ କଥା ଚିନ୍ତା କରୁଛନ୍ତି । ଏପରିକି କେନ୍ଦ୍ରାପଡାରେ କିଭଳି ଶିଳ୍ପ ପ୍ରତିଷ୍ଠା ହେବ ତାହା ପାଇଁ ବୈଜୟନ୍ତଙ୍କର ଚିନ୍ତା ନଥିଲା । ସବୁବେଳେ ନିଜର ଶିଳ୍ପର ବିକାଶ ପାଇଁ ଚିନ୍ତା କରୁଥିଲେ ବୈଜୟନ୍ତ । ଏଭଳି କହି ବୈଜୟନ୍ତଙ୍କୁ ଡାଇରେକ୍ଟ ଆଟାକ କରିଛନ୍ତି ନବୀନ ।

ନବୀନ କହିଛନ୍ତି, ମୋ ଅନୁରୋଧରେ ଆପଣ ମାନେ ତାଙ୍କୁ ୨ ଥର ଭୋଟ ଦେଇଥିଲେ । କିନ୍ତୁ ସେ କେନ୍ଦ୍ରାପଡାବାସୀ ଓ ମୋ ବିଶ୍ୱାସ ଭାଙ୍ଗିଛନ୍ତି । ଆପଣମାନଙ୍କ ବିଶ୍ୱାସ ସହ ଖେଳିଛନ୍ତି । ଏହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ । ଏଥର କେନ୍ଦ୍ରାପଡାବାସୀ ତାଙ୍କୁ ନିର୍ବାଚନରେ ଉଚିତ ଜବାବ ଦେବେ। ଏଭଳି କହି ବୈଜୟନ୍ତଙ୍କ ଅସଲ ମୁଖା ଖୋଲିଛନ୍ତି ନବୀନ ।

ଏହା ବାଦ୍‌ କେନ୍ଦ୍ରାପଡାର ବିକାଶର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଛନ୍ତି ନବୀନ । କେନ୍ଦ୍ରାପଡାର ବିକାଶ ଏଥର ମୁଁ ନିଜେ ଦେଖିବି ବୋଲି କହିବା ସହ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଆର୍ଶୀବାଦ କରିବା ସହ ବିଜୟୀ କରିବାକୁ କହିଛନ୍ତି ନବୀନ ।