ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସନତ କୁମାର ଘଡତିଆଙ୍କୁ ୫୬ ହଜାର ୫୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଦୁଇଟି ଆସନରୁ ଲଢିଥିଲେ । ବିଜେପୁର ସହିତ ସେ ନିଜର ପାରମ୍ପରିକ ହିଞ୍ଜିଳିରେ ମଧ୍ୟ ଛିଡା ହୋଇଥିଲେ ।
ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ
/sambad/media/post_attachments/wp-content/uploads/2019/05/Naveen-Pattnaik-Wins-in-Bijepure_Thumbnail.jpg)