ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିକୁ ଛାଡ଼ି କଂଗ୍ରେସରେ ଯୋଗ ଦେବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ନବ୍ଜୋତ ସିଂହ ସିଦ୍ଧୁ । ରାଷ୍ଟ୍ରବାଦ କ’ଣ ତାହା ସୋନିଆ ଗାନ୍ଧୀଙ୍କଠାରୁ ଶିଖିବା ଦରକାର । ଯେଭଳି ଭାବରେ ତାଙ୍କ ସ୍ୱାମୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ତା’ପରେ ବି ସେ କଂଗ୍ରେସକୁ ସମ୍ଭାଳିବା ସହ ଆଗକୁ ବଢ଼ାଇଥିଲେ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ପାଇଁ କଂଗ୍ରେସ ୧୦ବର୍ଷ ପର୍ଯ୍ୟନ୍ତ କ୍ଷମାତାରେ ରହିଥିଲା ବୋଲି କହିଛନ୍ତି ସିଦ୍ଧୁ ।
oneindia.comଏହା ସହ ବିଜେପିକୁ କଟାକ୍ଷ କରି, ଯଦି କେହି ଏହି ଦଳ ବିଷୟରେ ସବୁ ଭଲ କହିବା ସହ ସମର୍ଥନ କରେ ତାକୁ ରାଷ୍ଟ୍ରବାଦର ନାଁ ଦେଇ ଦିଅନ୍ତି । କିନ୍ତୁ ଯଦି କେହି କୌଣସି କଥାକୁ ନେଇ ବିରୋଧ କରୁଛି ବା ଦଳ ବିରୋଧରେ କହୁଛି, ତେବେ ବିଜେପି ତାକୁ ଅନ୍ୟମାନଙ୍କ ଆଖିରେ ଦେଶଦ୍ରୋହୀ ବନାଇ ଦେଇଥାଏ । କିନ୍ତୁ ମୋର ସଂପୂର୍ଣ୍ଣ ବିଶ୍ୱାସ ରାହୁଲ ଗାନ୍ଧୀ ଆମେଥିରୁ ନିଶ୍ଚିତ ନିର୍ବାଚନ ଜିତିବେ । ଯଦି ନ ଜିତନ୍ତି, ତେବେ ମୁଁ ରାଜନୀତି ଛାଡ଼ି ଦେବି ବୋଲି କହିଛନ୍ତି ସିଦ୍ଧୁ । ଆମେଥିରୁ ରାହୁଲ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/sidhu-1556512045.jpg)