ଯଦି ରାହୁଲ ଗାନ୍ଧୀ ଆମେଥିରୁ ନିର୍ବାଚନ ହାରି ଯାଆନ୍ତି, ତେବେ ମୁଁ ରାଜନୀତି ଛାଡ଼ି ଦେବି : ନବ୍‌ଜୋତ୍‌ ସିଂହ ସିନ୍ଧୁ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିକୁ ଛାଡ଼ି କଂଗ୍ରେସରେ ଯୋଗ ଦେବା ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ନବ୍‌ଜୋତ ସିଂହ ସିଦ୍ଧୁ । ରାଷ୍ଟ୍ରବାଦ କ’ଣ ତାହା ସୋନିଆ ଗାନ୍ଧୀଙ୍କଠାରୁ ଶିଖିବା ଦରକାର । ଯେଭଳି ଭାବରେ ତାଙ୍କ ସ୍ୱାମୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ତା’ପରେ ବି ସେ କଂଗ୍ରେସକୁ ସମ୍ଭାଳିବା ସହ ଆଗକୁ ବଢ଼ାଇଥିଲେ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ପାଇଁ କଂଗ୍ରେସ ୧୦ବର୍ଷ ପର୍ଯ୍ୟନ୍ତ କ୍ଷମାତାରେ ରହିଥିଲା ବୋଲି କହିଛନ୍ତି ସିଦ୍ଧୁ ।

oneindia.com

ଏହା ସହ ବିଜେପିକୁ କଟାକ୍ଷ କରି, ଯଦି କେହି ଏହି ଦଳ ବିଷୟରେ ସବୁ ଭଲ କହିବା ସହ ସମର୍ଥନ କରେ ତାକୁ ରାଷ୍ଟ୍ରବାଦର ନାଁ ଦେଇ ଦିଅନ୍ତି । କିନ୍ତୁ ଯଦି କେହି କୌଣସି କଥାକୁ ନେଇ ବିରୋଧ କରୁଛି ବା ଦଳ ବିରୋଧରେ କହୁଛି, ତେବେ ବିଜେପି ତାକୁ ଅନ୍ୟମାନଙ୍କ ଆଖିରେ ଦେଶଦ୍ରୋହୀ ବନାଇ ଦେଇଥାଏ । କିନ୍ତୁ ମୋର ସଂପୂର୍ଣ୍ଣ ବିଶ୍ୱାସ ରାହୁଲ ଗାନ୍ଧୀ ଆମେଥିରୁ ନିଶ୍ଚିତ ନିର୍ବାଚନ ଜିତିବେ । ଯଦି ନ ଜିତନ୍ତି, ତେବେ ମୁଁ ରାଜନୀତି ଛାଡ଼ି ଦେବି ବୋଲି କହିଛନ୍ତି ସିଦ୍ଧୁ । ଆମେଥିରୁ ରାହୁଲ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର