ରାୟପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ନକ୍ସଲବାଦ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଚ୍ୟାଲେଞ୍ଜ ଏବଂ ଏବେ ଏହା ସମ୍ପୂର୍ଣ୍ଣ ମୂଳପୋଛ ହେବା ସମୟ ପହଞ୍ଚିଛି। ଶାହ କହିଛନ୍ତି, ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦ ଦେଶରୁ ମୂଳପୋଛ ହେବ। ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶାହ କହିଛନ୍ତି, ନକ୍ସଲବାଦ ବିରୋଧରେ ଆମ ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲବାଦ କବଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ ବୋଲି ମୁଁ ବିଶ୍ବାସ କରୁଛି।
ଛତିଶଗଡ଼ରେ ଶାହ ଆଜି ଆନ୍ତଃ ରାଜ୍ୟ ସହଯୋଗ ଏବଂ ମାଓ ପ୍ରବଣ ଅଞ୍ଚଳର ସ୍ଥିତି ସମୀକ୍ଷା ସହ ସୁରକ୍ଷା ଓ ବିକାଶ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବାପରେ ଏହି ଟିପ୍ପଣୀ ଦେଇଛନ୍ତି। ଶାହ କହିଛନ୍ତି, ଆମେ ବିଶ୍ବାସ କରୁଛୁ ଯେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ନକ୍ସଲବାଦ ଏକ ବଡ଼ ଚ୍ୟାଲେଞ୍ଜ। ଗତ ୪ ଦଶନ୍ଧି ମଧ୍ୟରେ ୧୭ ହଜାର ଲୋକ ନକ୍ସଲବାଦରେ ସେମାନଙ୍କ ଜୀବନ ହରାଇଛନ୍ତି। ମୋଦୀଙ୍କ ନେତୃତ୍ବାଧୀନ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ଆମେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛୁ ଏବଂ ହାତରେ ଅସ୍ତ୍ର ଧରିଥିବା ନକ୍ସଲମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିଛୁ ବୋଲି ଶାହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/ADJhebbMJLyYW5YP0iDV.jpg)