ଭୁବନେଶ୍ବର: ମେଗା ପାଇପ୍ ଜଳଯୋଗାଣରେ ଅବହେଳା ପାଇଁ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ଜବାବ ତଲବ କରାଯାଇଛି। ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ, ବେଗୁନିଆ ସହକାରୀ ଯନ୍ତ୍ରୀ ଏବଂ ଢେଙ୍କାନାଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ ହୋଇଛି। କାହିଁକି କାମ ଧିମେଇଛି, ସେନେଇ ଉତ୍ତର ଦେବାକୁ କଡ଼ା ଚିଠି କରିଛନ୍ତି ବିଭାଗୀୟ ଅଧିକାରୀ।
କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନୁହେଁ। ଏହାର ସନ୍ତୋଷଜନକ ଉତ୍ତର ଗୋଟିଏ ସପ୍ତାହ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମେଗା ପାଇପ୍ ଜଳଯୋଗାଣରେ ଅବହେଳା କରାଯାଇଛି। କେଉଁଠି ଟ୍ୟାପ୍ ଲାଗିଛି, ପାଣି ଆସୁନି । ଆଉ କେଉଁଠି ବର୍ଷବର୍ଷ ଧରି ଜଳଯୋଗାଣ ହେଉନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/13/cQQVaQEaZssQdkhOeI53.jpg)