ଦଶପଲ୍ଲା: ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା ଦାଦାର ଜୀବନ | ଏଭଳି ଅଭାବନୀୟ ଘଟଣା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀ ଗ୍ରାମରେ ଘଟିଛି | ପୁତୁରା ଅଶୋକ ମଲିକଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସମ୍ପର୍କୀୟ ଦାଦା କବିର ପ୍ରଧାନଙ୍କ ଜୀବନ | ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ସ୍ଥାନୀୟ ଲୋକଙ୍କ କହିବା କଥା ନିଶାସକ୍ତ ଅବସ୍ଥାରେ ଅଶୋକ ମଲିକ ଆସି କବିର ପ୍ରଧାନଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲେ |
ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ଅଭିଯୁକ୍ତ ପୁତୁରା ଅଶୋକ ମଲିକକୁ କାବୁ କରିବା ସହ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଛି | ସେପଟେ କବିର ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ କରୁଛି |