ନେତାଜୀଙ୍କ ଚିଠି : ବାପା ଓ ପତ୍ନୀଙ୍କୁ ଲେଖିଥିଲେ ଭାବପୂର୍ଣ୍ଣ ପତ୍ର

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଙ୍କ ବାପା ଜାନକୀନାଥ ବୋଷଙ୍କ ନିକଟକୁ ଲେଖିଥିବା ଏକ ଚିଠି ଏବେ ୧୨ ନମ୍ବର ଗ୍ୟାଲେରିରେ ରହିଛି। ବାପାଙ୍କ ସମେତ ମା’, ସ୍ତ୍ରୀ ଓ ଭାଇଙ୍କ ନିକଟକୁ ଲେଖିଥିବା ଏକାଧିକ ଚିଠି ବି ଏଠାରେ ସ୍ଥାନ ପାଇଛି।

ମୁଁ ସବୁଠୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି…
‘ମୋର ପ୍ରିୟ ବାପା!
ମୁଁ ନିଶ୍ଚିତ ଯେ ସ୍ବରାଜ ହାତରେ ଅଛି। ମୁଁ ସବୁଠାରୁ ଖରାପ ପରିସ୍ଥିତ ପାଇଁ ପ୍ରସ୍ତୁତ ଅଛି ଏବଂ ଏକ କାରଣ ପାଇଁ ଯନ୍ତ୍ରଣା ଭୋଗିବାକୁ ଅନୁମତି ଦିଆଯିବା ଏକ ବଡ଼ ସୌଭାଗ୍ୟ ହେବ…।
ପ୍ରେସିଡେନ୍ସି ଜେଲ୍, ୧୯୨୧ ଡିସେମ୍ବର ୧୭’

ରୋମ୍‌ରୁ ପତ୍ନୀଙ୍କୁ ଲେଖିଥିବା ଚିଠି
ପ୍ରିୟ ମିସ୍‌ ସେଙ୍କେଲ,
ତୁମର ଚିଠିକୁ ବହୁତ ଖୁସି ଓ ଆନନ୍ଦରେ ପଢ଼ିଲି। ରୋମ୍‌କୁ ମୋର ଯାତ୍ରା ଅନୁଭୂତି ଅତ୍ୟନ୍ତ ଆନନ୍ଦପ୍ରଦ ଥିଲା। ଆମେ ବାଦଲ ଉପରେ ଉଡୁଥିଲୁ, ସୂର୍ଯ୍ୟ କିରଣରେ ଗାଧୋଇଥିଲୁ। ଆମକୁ ମାଟି ତଳ କୁହୁଡ଼ି ଭଳି ଦେଖାଯାଉଥିଲା…।
ଗତ ରାତିରେ ମୁଁ ମୋ ବହି ପାଇଁ ଲେଖା ଶେଷ କରିବାକୁ ଶୋଇ ପାରିନଥିଲି। ସକାଳ ସାଢ଼େ ୬ଟା ଯାଏ ଲେଖୁଥିଲି…। ଆସନ୍ତାକାଲି ସକାଳ ସାଢ଼େ ୭ଟାରେ ମୁଁ ରୋମ୍‌ରୁ କଲିକତା ଯାତ୍ରା କରିବି…।
୩୦. ୧୧. ୧୯୩୪ (ରୋମ୍)

ସମ୍ବନ୍ଧିତ ଖବର