ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ ଲେକୋର୍ନୁଙ୍କୁ ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ସେ ସଂସଦରେ ବିଶ୍ୱାସ ମତ ହରାଇ ଇସ୍ତଫା ଦେଇଥିବା ଫ୍ରାନ୍ସୋ ବାୟରୁଙ୍କ ସ୍ଥାନ ନେବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଲେକୋର୍ନୁ ଗୋଟିଏ ବର୍ଷ ମଧ୍ୟରେ ଫ୍ରାନ୍ସର ଚତୁର୍ଥ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୩୯ ବର୍ଷୀୟ ଲେକୋର୍ନୁ ଫ୍ରାନ୍ସର ଇତିହାସରେ ସବୁଠାରୁ ଯୁବ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।
ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମାକ୍ରୋନ ଏହି ନିଯୁକ୍ତି ସେତେବେଳେ କରିଥିଲେ ଯେତେବେଳେ ପୂର୍ବ ପ୍ରଧାନମନ୍ତ୍ରୀ ଫ୍ରାନ୍ସୋ ବାୟରୁ ସଂସଦରେ ବିଶ୍ୱାସ ମତ ହରାଇଥିଲେ। ଫ୍ରାନ୍ସୋ ବାୟରୁ ସାଧାରଣ ଖର୍ଚ୍ଚ ହ୍ରାସ କରିବା ବିଷୟରେ କହୁଥିଲେ, ଯାହା ଯୋଗୁଁ ତାଙ୍କୁ ସଂସଦରେ ସମର୍ଥନ ମିଳିନଥିଲା। ଲେକୋର୍ନୁ ଏବେ ସଂସଦରେ ବଜେଟ୍ ପାସ୍ କରାଇବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ।
ବାସ୍ତବରେ ଗତ ବର୍ଷ କଞ୍ଜରଭେଟିଭ ନେତା ଏବଂ ପୂର୍ବତନ ବ୍ରେକ୍ସିଟ୍ ଆଲୋଚନାକାରୀ ମିସେଲ୍ ବାର୍ନିୟରଙ୍କୁ ବହିଷ୍କାର କରିବା ପରେ ଫ୍ରାନ୍ସୋ ବାୟରୁଙ୍କୁ ଫ୍ରାନ୍ସର ପ୍ରଧାନମନ୍ତ୍ରୀ କରାଯାଇଥିଲା | ହେଲେ ଏବେ ସେ ବିଦା ହୋଇଛନ୍ତି |
ନୂଆ ଦାୟିତ୍ୱ ମିଳିବା ପରେ ସେବାଷ୍ଟିଆନ ଲେକୋର୍ନୁ ଏକ୍ସରେ ଲେଖିଛନ୍ତି, "ରାଷ୍ଟ୍ରପତି ମୋତେ ଏକ ସ୍ପଷ୍ଟ ଦିଗନିର୍ଦ୍ଦେଶ ସହିତ ଏକ ସରକାର ଗଠନ କରିବାର ଦାୟିତ୍ୱ ଦେଇଛନ୍ତି, ଯାହା ଆମର ସ୍ୱାଧୀନତା ଏବଂ ଆମର ଶକ୍ତିକୁ ସୁରକ୍ଷା ଦେବା, ଫରାସୀ ଲୋକଙ୍କ ସେବା କରିବା ଏବଂ ରାଜନୈତିକ ଏବଂ ସାଂଗଠନିକ ସ୍ଥିରତା ବଜାୟ ରଖିବା ପାଇଁ କାମ କରିବୁ ।" ସେ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ଭାବରେ ମୋତେ ନିଯୁକ୍ତ କରି ସେ ମୋ ଉପରେ ଯେଉଁ ବିଶ୍ୱାସ ଦେଖାଇଛନ୍ତି ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/10/ap22140566748900-2025-09-10-09-05-06.jpg)