ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଳକ୍ ଭାନପୁର ପଞ୍ଚାୟତ ଭାନପୁର ସାପ୍ତାହିକ ମଙ୍ଗଳବାର ବଜାରରେ ନୂଆଁଖାଇ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା। ଅଞ୍ଚଳର ପ୍ରାୟ ୧୦ଟି ଗାଁର ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି। ନୂଆଁଖାଇ ଅବସରରେ ନୂଆ ଧାନ ବଜାରରେ ପ୍ରଥମ କରି ଆସୁଥିବାରୁ ଲୋକମାନେ ଖୁସିରେ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଏହା ସହିତ ନୂଆ ମାଟିପାତ୍ର, ଝାଡୁ, କୁଲା, ଖଡ଼ିକା ଇତ୍ୟାଦିର ବିକ୍ରି ମଧ୍ୟ ଭଲ ହୋଇଥିଲା। କଞ୍ଚା ପନିପରିବା ମଧ୍ୟରେ ସାରୁ, କଖାରୁର ଚାହିଦା ଅଧିକ ଥିଲା ।

Advertisment

ଖପ୍ରାଖୋଲ ବ୍ଳକ୍ ଭାନପୁର ପଞ୍ଚାୟତ ଭାନପୁର ସାପ୍ତାହିକ ମଙ୍ଗଳବାର ବଜାରରେ ନୂଆଁଖାଇ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା। ଅଞ୍ଚଳର ପ୍ରାୟ ୧୦ଟି ଗାଁର ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି। ନୂଆଁଖାଇ ଅବସରରେ ନୂଆ ଧାନ ବଜାରରେ ପ୍ରଥମ କରି ଆସୁଥିବାରୁ ଲୋକମାନେ ଖୁସିରେ କିଣି ନେଉଥିବା ଦେଖିବାକୁ ମିଳିଥିଲା। ଏହା ସହିତ ନୂଆ ମାଟିପାତ୍ର, ଝାଡୁ, କୁଲା, ଖଡ଼ିକା ଇତ୍ୟାଦିର ବିକ୍ରି ମଧ୍ୟ ଭଲ ହୋଇଥିଲା। କଞ୍ଚା ପନିପରିବା ମଧ୍ୟରେ ସାରୁ, କଖାରୁର ଚାହିଦା ଅଧିକ ଥିଲା । କପଡ଼ା ଓ ମନୋହରୀ ଦୋକାନରେ ଝିଅମାନଙ୍କ ଭିଡ଼ ଲାଗିଥିଲା। ବିଶେଷ କରି ମହିଳା ଗ୍ରାହକଙ୍କ ଭିଡ଼ ଅଧିକ ଥିଲା। ଦାଦନ ସର୍ଦ୍ଦାରମାନେ ଗ୍ରାମାଞ୍ଚଳର ଲୋକମାନଙ୍କୁ ନୂଆଁଖାଇ ପାଇଁ ଅଗ୍ରୀମ ଟଙ୍କା ଦେଉଥିବା ଜଣାପଡ଼ିଛି। ଏହି ଟଙ୍କାରେ ସେମାନେ ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପାଳନ କରିବାର ଯୋଜନା କରିଛନ୍ତି।

କପଡ଼ା ଓ ମନୋହରୀ ଦୋକାନରେ ଝିଅମାନଙ୍କ ଭିଡ଼ ଲାଗିଥିଲା। ବିଶେଷ କରି ମହିଳା ଗ୍ରାହକଙ୍କ ଭିଡ଼ ଅଧିକ ଥିଲା। ଦାଦନ ସର୍ଦ୍ଦାରମାନେ ଗ୍ରାମାଞ୍ଚଳର ଲୋକମାନଙ୍କୁ ନୂଆଁଖାଇ ପାଇଁ ଅଗ୍ରୀମ ଟଙ୍କା ଦେଉଥିବା ଜଣାପଡ଼ିଛି। ଏହି ଟଙ୍କାରେ ସେମାନେ ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପାଳନ କରିବାର ଯୋଜନା କରିଛନ୍ତି।