ବିଶ୍ରା: ସରଣ୍ଡା ଜଙ୍ଗଲକୁ ମାଓମୁକ୍ତ କରିବା ପାଇଁ କେନ୍ଦ୍ର ତଥା ଝାଡ଼ଖଣ୍ଡ ସରକାର ଅଣ୍ଟା ଭିଡ଼ିଥିବାବେଳେ ନକ୍ସଲମାନେ ମଧ୍ୟ ଦିନକୁଦିନ ନୂଆ ରଣନୀତି ଆପଣାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଦ୍ବାରା କରାଯାଇଥିବା ନୂଆ ଯୋଜନା ଆଗ ଅପେକ୍ଷା ଆହୁରି ଘାତକ ଓ ଭୟାନକ ବୋଲି ଜଣାପଡ଼ିଛି।
ଏବେ ସରଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିବାବେଳେ ସିଆର୍ପିଏଫ୍ ଯବାନମାନେ ବହୁ ଅତ୍ୟାଧୁନିକ ଓ ଘାତକ ଉପକରଣ ଜଙ୍ଗଲରୁ ଉଦ୍ଧାର କରିଛନ୍ତି। ଉକ୍ତ ଉପକରଣ ଗୁଡ଼ିକ ପୁଲିସ କିମ୍ବା ସିଆର୍ପିଏଫ୍ ଯବାନଙ୍କୁ ସିଧା ମୃତ୍ୟୁମୁହଁରେ ପହଞ୍ଚାଇଦେଇ ପାରିବ। ମାଓବାଦୀଙ୍କ ଦ୍ବାରା ଲଗା ଯାଇଥିବା ନୂଆ ଉପକରଣ ମଧ୍ୟରେ ସ୍ପାଇକ୍ହୋଲ୍ ଓ ବୁବି ଟ୍ରାପ୍ ମିଳିଛି। ଏଭଳି ଉପକରଣ ଲଗାଇ ମାଓବାଦୀମାନେ ସରଣ୍ଡା ଜଙ୍ଗଲରେ କୁମ୍ବିଂ ପାଇଁ ଆସୁଥିବା ପୁଲିସ କିଂବା ସିଆର୍ପିଏଫ୍କୁ ଜୀବନରୁ ମାରିବା, ସେମାନଙ୍କୁ ଭୟଭୀତ କରିବା ସହିତ ଯବାନଙ୍କ ମନୋବଳ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି।

ସ୍ପାଇକ୍ହୋଲ୍ରେ ମାଓବାଦୀମାନେ କୋଣସି ଶକ୍ତଧାତୁରେ ବଡ଼ବଡ଼ କଣ୍ଟା ଲଗାଇ ତାହାକୁ ଜଙ୍ଗଲରେ ଶୁଖିଲାପତ୍ର ମଧ୍ୟରେ ଲୁଚାଇ ଦେଇଥାନ୍ତି। ସେହି କଣ୍ଟାଗୁଡ଼ିକରେ ତୀବ୍ର ବିଷ ବୋଳା ଯାଇଥାଏ। ଯାହା ଉପରେ ଯବାନ ଗୋଡ଼ରଖିଲେ କଣ୍ଟାଗୁଡ଼ିକ ଜୋତାରେ ଗଳି ଗୋଡ଼ରେ ପଶିଯିବ ଓ ବିଷ ପ୍ରଭାବରେ ମୃତ୍ୟୁ ଘଟିବ। ଠିକ୍ ସେହିପରି ବୁବି ଟ୍ରାପ୍ରେ ମାଓବାଦୀ ବିଦ୍ୟୁତ୍ତାର, ଗ୍ରେନେଡ୍ ସମେତ ଅନ୍ୟ ବିସ୍ଫୋଟକ ସାମଗ୍ରୀ ବ୍ୟବହାର କରିଥାନ୍ତି। ଯାହାକୁ ମାଓବାଦୀମାନେ ବଡ଼ ଗଛଡାଳ, ବଡ଼ ପଥରତଳେ ଲୁଚେଇ ରଖିଥାନ୍ତି। ସେଗୁଡ଼ିକୁ ଛୁଇଁବା ମାତ୍ରେ ବଡ଼ଧରଣର ବିସ୍ଫୋରଣ ହୋଇଥାଏ। ଏଥିଯୋଗୁ ଯବାନଙ୍କ ଜୀବନ ଚାଲିଯାଏ। ମାତ୍ର ପୁଲିସ ଓ ସିଆର୍ପିଏଫ୍ ମାଓବାଦୀଙ୍କ ଏହି ରଣନୀତିକୁ ଜାଣି ସାରିଛନ୍ତି। ଯବାନମାନେ ଜଙ୍ଗଲରେ ସତର୍କ ରହି ମାଓବିରୋଧୀ ଅଭିଯାନ ଚଳାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/10/QafWrrLHNTMbVTwSYvEc.jpg)