ଭୁବନେଶ୍ବର: ପାଉଁଶ ନିଷ୍କାସନ ପାଇଁ ଚଳିତ ସପ୍ତାହରେ ନୂଆ ଏସ୍ଓପି ଜାରି କରିବେ ରାଜ୍ୟ ସରକାର। ନୂଆ ଏସ୍ଓପି ତିଆରି ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ପାଉଁଶ ପୋଖରୀ ବାବଦରେ ରାଜ୍ୟ ସରକାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସଂସ୍ଥାମାନଙ୍କ ସହ ଆଲୋଚନା କରୁଛନ୍ତି । ଗାଁ ଭିତରେ ପାଉଁଶ ପୋଖରୀ ନକରିବା, ପାଉଁଶ ପୋଖରୀ ପାଇଁ ଲୋକ ଯେମିତି ବାସଚ୍ୟୁତ ହେବେ ନାହିଁ, ଟ୍ରକ୍ ମାଧ୍ୟମରେ ପାଉଁଶ ପରିବହନ ନକରି ପାଇପ ଯୋଗେ ସ୍ଲରିରେ ପରିଣତ କରି ଜନବସତି ନଥିବା ସ୍ଥାନ ଯାଏଁ ନେବା ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ। ଏହାଦ୍ବାରା ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ସଠିକ୍ ଭାବେ ନିଷ୍କାସନ ହୋଇପାରିବ। ଏହାଦ୍ବାରା ବାୟୁ ମଣ୍ଡଳ ପ୍ରଦୂଷଣ କମିବା ସହ ଲୋକ ମଧ୍ୟ ହଇରାଣ ହେବେ ନାହିଁ। ଏ ନେଇ ତାପଜ ବିଦ୍ୟୁତ୍ ଉତ୍ପାଦନ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହ ଆଲୋଚନା ଚାଲିଛି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପାଉଁଶ ପୋଖରୀ ବାବଦରେ ରାଜ୍ୟ ସରକାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସଂସ୍ଥାମାନଙ୍କ ସହ ଆଲୋଚନା କରୁଛନ୍ତି । ଗାଁ ଭିତରେ ପାଉଁଶ ପୋଖରୀ ନକରିବା, ପାଉଁଶ ପୋଖରୀ ପାଇଁ ଲୋକ ଯେମିତି ବାସଚ୍ୟୁତ ହେବେ ନାହିଁ, ଟ୍ରକ୍ ମାଧ୍ୟମରେ ପାଉଁଶ ପରିବହନ ନକରି ପାଇପ ଯୋଗେ ସ୍ଲରିରେ ପରିଣତ କରି ଜନବସତି ନଥିବା ସ୍ଥାନ ଯାଏଁ ନେବା ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ। ଏହାଦ୍ବାରା ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ସଠିକ୍ ଭାବେ ନିଷ୍କାସନ ହୋଇପାରିବ। ଏହାଦ୍ବାରା ବାୟୁ ମଣ୍ଡଳ ପ୍ରଦୂଷଣ କମିବା ସହ ଲୋକ ମଧ୍ୟ ହଇରାଣ ହେବେ ନାହିଁ। ଏ ନେଇ ତାପଜ ବିଦ୍ୟୁତ୍ ଉତ୍ପାଦନ କରୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହ ଆଲୋଚନା ଚାଲିଛି।
କୋଇଲାରୁ ତାପଜ ବିଦ୍ୟୁତ ଉତ୍ପାଦନ ହେଉଥିବା ଯୋଗୁଁ ପାଉଁଶ ଦ୍ଵାରା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଅନୁଗୁଳଜିଲ୍ଲା ପ୍ରଭାବିତ ହେଉଛି। ଓଡ଼ିଶାରେ ୯୪ ପ୍ରତିଶତ ତାପଜ ବିଦ୍ୟୁତ ଏହି ୪ଟି ଜିଲ୍ଲାରୁ ଉତ୍ପାଦନ ହୁଏ । କିନ୍ତୁ କୋଇଲା ପୋଡ଼ି ସେଥିରୁ ବାହାରୁଥିବା ପାଉଁଶ ଏହି ସବୁ ଅଞ୍ଚଳରେ ବହୁତ ସମସ୍ୟା ତିଆରି କରିଛି । ବିଭିନ୍ନ କମ୍ପାନୀର ପାଉଁଶ ପୋଖରୀ ଭାଙ୍ଗି ମଧ୍ୟ ଲୋକଙ୍କର ବହୁତ କ୍ଷୟକ୍ଷତି ହୋଇଛି।