ଜୀବନର ଶେଷ ପର୍ଯ୍ୟାୟରେ ଥିବା ୬୮ ବର୍ଷିୟ କର୍କଟ ପୀଡ଼ିତ ଭୋଟ୍‌ ଦେଇ ପୂରା କଲେ ନାଗରିକ କର୍ତ୍ତବ୍ୟ

ଗୌହ୍ଵାଟୀ: ଆସାମର ଗୌହ୍ଵାଟୀଠାରେ ଜଣେ ୬୮ ବର୍ଷିୟ କର୍କଟ ପୀଡ଼ିତ ନିଜର ନାଗରିକ ଦାୟିତ୍ୱ ନିଭାଇବାକୁ ଯାଇ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତ ସାବ୍ୟସ୍ତ କରିଛନ୍ତି। ବସିର ଅଲ୍ଲି ନାମ୍ନୀ ଏହି ବ୍ୟକ୍ତିଙ୍କୁ ମତଦାନ ବୁଥ୍‌ ପର୍ଯ୍ୟନ୍ତ ନେଇ ଆସିଥିଲେ ତାଙ୍କର ପିଲାଦିନ ସାଙ୍ଗ ମୁକୁତ ଚୌଧୁରୀ।

ଗଣତନ୍ତ୍ରକୁ ସମ୍ମାନ ଜଣାଇ ୬୮ ବର୍ଷିଅ ଏହି ବ୍ୟକ୍ତି ଜଣକ ସଭିଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି। ବସିରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ସଂପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ସତ୍ତ୍ୱେ ସେ ନିଜର ନାଗରିକ ଦାୟିତ୍ୱ ଭୁଲି ଯାଇନାହାନ୍ତି। ବସିର ମତଦାନ କରି ଗଣତନ୍ତ୍ର ପ୍ରତି ତାଙ୍କ କର୍ତ୍ତବ୍ୟ ପୂରା କରିଛନ୍ତି।

ବସିର କର୍କଟର ତୃତୀୟ ପର୍ଯ୍ୟାୟରେ ଅଛନ୍ତି। ଏବେ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ତାଙ୍କ ସହ କେବେ ବି କିଛି ହୋଇପାରେ ବୋଲି ଡାକ୍ତମାନେ ସୂଚନା ଦେଇଥିବା ଜାଣିବାକୁ ମିଳିଛି। ସେ ଏକ ରିକ୍ସାରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର