ରାଉରକେଲା: ପରିବହନ ବିଭାଗ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରୁନାହାନ୍ତି। ଯାହାର ଭରପୁର ଫାଇଦା ଉଠାଉଛନ୍ତି କିଛି ଘରୋଇ ବସ୍ ମାଲିକ। ଅଧିକ ଲାଭ ଆଶାରେ ନାଇଟ୍ ସୁପର ବସ୍ରେ ଦୁଇଜଣ ଡ୍ରାଇଭର ପରିବର୍ତ୍ତେ ଜଣକୁ ରଖୁଛନ୍ତି। ରାତି ଅନିଦ୍ରା ହୋଇ ଜଣେ ଡ୍ରାଇଭର ରାଉରକେଲାରୁ ୪୦୦/୫୦୦ କି.ମି. ପର୍ଯ୍ୟନ୍ତ ଏକାକୀ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି। ରାଉରକେଲାରୁ -ବ୍ରହ୍ମପୁରର କିଛି ଅଞ୍ଚଳ, ରାଉରକେଲାରୁ ଭୁବନେଶ୍ବର, ରାଉରକେଲାରୁ ବାରିପଦା ଓ ଅନ୍ୟାନ୍ୟ ପ୍ରମୁଖ ସହରକୁ ଦୈନିକ ଯାତାୟତ କରୁଥିବା କିଛି ନାଇଟ୍ ସୁପର ବସ୍ରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଅନେକ ସମୟରେ ଯାତ୍ରୀମାନେ ବସ୍ରେ ଜଣେ ମାତ୍ର ଡ୍ରାଇଭରଙ୍କୁ ଗାଡି ଚଳାଉଥିବା ଦେଖି ପ୍ରତିବାଦ କରିଛନ୍ତି। ହେଲେ ମାଲିକମାନେ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି।
ଦୈନିକ ରାଉରକେଲାରୁ ପ୍ରାୟ ୨୦୦୦ରୁ ଅଧିକ ଯାତ୍ରୀ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ରାଉରକେଲାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବାରିପଦା, ବ୍ରହ୍ମପୁର, କୋରାପୁଟ, ରାୟଗଡ, ପାରାଦୀପ, ଜଗତସିଂହପୁର, ଯାଜପୁର, ରାଜକନିକା, ଭଦ୍ରକ, ଚାନ୍ଦବାଲି, ପୁରୀ, କାକଟପୁର, ଫୁଲବାଣି ଆଦି ଅଞ୍ଚଳକୁ ନାଇଟ୍ ସୁପର ବସ୍ ଯାତାୟତ କରୁଛି। ଦୈନିକ ଯେତିକ ବସ୍ ଯାଉଛି, ତା’ ୪୦% ବସ୍ କେବଳ କଟକ ଓ ଭୁବନେଶ୍ବର ଯାଉଛି। ରାତିରେ ସବୁ ବସ୍ଗୁଡ଼ିକ ଚାଲୁଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ବସ୍ରେ ଦୁଇଜଣ ଲେଖାଏଁ ଡ୍ରାଇଭର ରହିବା ଦରକାର। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଏଥିପ୍ରତି ଉଭୟ ବସ୍ ମାଲିକ ଓ ପରିବହନ ବିଭାଗ ଧ୍ୟାନ ଦେବାକୁ ଯାତ୍ରୀମାନେ ଦାବି କରିଛନ୍ତି।
ପରିବହନ ବିଭାଗର ଅଧିକାରୀମାନେ ଜଣେ ଲେଖାଏଁ ଡ୍ରାଇଭରରେ ଚାଲୁଥିବା ଏସବୁ ନାଇଟ୍ସୁପର ବସ୍କୁ ଯାଞ୍ଚ କରୁନଥିବା ଯାତ୍ରୀମାନେ ଅଭିଯୋଗ କରୁଛନ୍ତି। ‘ପ୍ରଭା’ ବସ୍ ଭଳି ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବ,ଏଥିପ୍ରତି ଉଭୟ ପରିବହନ ବିଭାଗ ଓ ବସ୍ମାଲିକମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ନିୟମିତ ବ୍ୟବଧାନରେ ଦୂରସ୍ଥାନକୁ ଯାତାୟତ କରୁଥିବା ବସ୍ଗୁଡ଼ିକୁ ଯାଞ୍ଚ କରିବାର ଦରକାର। ରାଉରକେଲାରୁ ଦୈନିକ ରାଜ୍ୟର ପ୍ରମୁଖ ଓ ଛୋଟବଡ ସହରକୁ ୪୫ରୁ ୫୦ ନାଇଟ୍ ସୁପର ବସ୍ ଯାତାୟତ କରୁଛି।