ନୂଆଦିଲ୍ଲୀ: ହାଇଦ୍ରାବାଦର ହୃଦୟଥରା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଦୋଷୀଙ୍କୁ ଏନକାଉଣ୍ଟର କରି ୯ ଦିନରେ ନ୍ୟାୟ ଦେଇଦେବା ପରେ ଏବେ ସାରା ଦେଶର ନଜର ନିର୍ଭୟା ଦୋଷୀଙ୍କ ଉପରେ ରହିଛି । ହାଇଦ୍ରାବାଦ ଦିଶା ଦୋଷୀଙ୍କୁ ସଫା କରି ପୁଲିସ ଯେଉଁଭଳି ଭାବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେଲା ଠିକ ସେହିଭଳି ନିର୍ଭୟା ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦେଇ ତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଦାବି ହେଉଛି । ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳି ସାରିଥିଲେ ବି ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଶୀଘ୍ର ଫାଶୀ ଦିଆଯାଉ ବୋଲି ସାରା ଦେଶରେ ଦାବି ଜୋର ଧରିଛି ।
ତେବେ ଗୋଟିଏ ପଟେ ଦୋଷୀଙ୍କୁ ଫାଶୀ ପାଇଁ ଦେଶ ଦାବି କରୁଥିବା ବେଳେ ଅନ୍ୟପଟେ ଫାଶୀରୁ ବର୍ତ୍ତିବାକୁ ଦୋଷୀମାନେ ସୁପ୍ରିମକୋର୍ଟରେ ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି । ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ପୁନର୍ବିଚାର ଆବେଦନ କରିଛନ୍ତି । ଫାଶୀରୁ ବଞ୍ଚିବାକୁ ଦୋଷୀ ଅକ୍ଷୟ କୁମାର ସିଂହ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି । ଉକ୍ତ ଆବେଦନରେ ସେ ଦର୍ଶାଇଛି କି ଦିଲ୍ଲୀର ବାୟୁ ପ୍ରଦୂଷିତ ଏବଂ ପାଣି ବିଷାକ୍ତ। ତେଣୁ ଏଠାରେ ଜୀବନର ଅବଧି ସଂକ୍ଷିପ୍ତ ହୋଇଯାଉଛି। ଏପରି ସ୍ଥଳେ ମୋର ଆୟୁଷ ଅନେକ ହ୍ରାସ ପାଇ ସାରିଲାଣି। ତେଣୁ ମତେ ମୃତ୍ୟୁଦଣ୍ଡରୁ ମାଫ କରାଯାଉ।
Nirbhaya case: One of the convicts in the case, Akshay Kumar Singh, has filed review petition before the Supreme court. Akshay was sentenced to death by a trial court in the case. His sentence was upheld by Delhi High Court and the Supreme Court.
— ANI (@ANI) December 10, 2019
ସେପଟେ ଅକ୍ଷୟଙ୍କ ପୂର୍ବରୁ ସୁପ୍ରିମକୋର୍ଟ ଅନ୍ୟ ଦୋଷୀ ବିନୟ, ପବନ ଓ ମୁକେଶଙ୍କ ପୁର୍ନବିଚାର ଆବେଦନକୁ ଖାରଜ କରିଛନ୍ତି । ନିର୍ଭୟା ଭଳି ଅତି ଅମାନୁଷିକ ମାମଲାରେ କୋର୍ଟ ସମସ୍ତ ଦୋଷୀଙ୍କୁ ଫାଶୀରେ ଝୁଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୁର୍ନବିଚାର ଆବେଦନକୁ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ।
ତେବେ ମାମଲାର ଦୋଷୀ ବିନୟ ପୂର୍ବରୁ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରିଥିଲେ ବି ଗୃହମନ୍ତ୍ରାଳୟ ଏହାକୁ ଖାରଜ କରିଦେଇଥିଲା । ଆଉ ଆଜି ପୁନର୍ବିଚାର ପାଇଁ ଦୋଷୀ ଅକ୍ଷୟ ଆବେଦନ କରିଛି । ତେବେ ୭ ବର୍ଷ ହେବ ନିର୍ଭୟା ଭଳି ଅତି ସ୍ପର୍ଶକାତର ମାମଲାରେ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିନି କି ନିର୍ଭୟା ପରିବାରକୁ ନ୍ୟାୟ ମିଳିପାରିନଥିବା ବେଳେ ଅକ୍ଷୟଙ୍କ ପୁର୍ନବିଚାର ଆବେଦନର କି ଫଇସଲା ସୁପ୍ରିମକୋର୍ଟ କରୁଛନ୍ତି ତାରି ଉପରେ ସମସ୍ତଙ୍କ ନଜର ରହିଛି।