ଘୁ.ଉଦୟଗିରି: ଅଜବ କନ୍ଧମାଳ ଜିଲ୍ଲାରେ ଚାଲିଥିବା ସରକାରୀ ବାବୁଙ୍କ କାର୍ଯ୍ୟକଳାପ। ବିଡ଼ିଓଙ୍କ ହସ୍ତାକ୍ଷର ଥାଇ ଆବାସ ଯୋଜନାରେ ଏକ ଗୃହର କାର୍ଯ୍ୟାଦେଶ ପତ୍ର ହିତାଧିକାରୀଙ୍କୁ ମିଳିଛି ହେଲେ ବ୍ଲକ କର୍ତ୍ତୃପକ୍ଷ କହୁଛନ୍ତି ତୁମର ନା ନାହିଁ। ବିଚରା ଗରିବ ଅସହାୟ ଆଦିବାସୀ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଚାୟତ ବ୍ଲକକୁ ଯାଇ ବାବୁମାନଙ୍କ ପାଖରେ ଚକର କାଟୁଛି। ଏହିଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ.ନୁଆଗାଁ ବ୍ଲକରେ। ଆବାସ ଗୃହ ଯୋଗାଣରେ ଘୋର ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ କ.ନୁଆଗାଁ ବ୍ଲକର ଆଡ଼ିମାହା ପଞ୍ଚାୟତର କୁଟୁଡୁପା ଗାଁର ମଙ୍ଗୁନି ମଲିକ ଜଣେ ଜନ୍ମରୁ ଭିନ୍ନକ୍ଷମ ବ୍ୟକ୍ତି | ନିଜେ ଭିନ୍ନକ୍ଷମ ହୋଇଥିବାରୁ ନିଜେ ଚଳିବା ପାଇଁ ରୋଜଗାର କରିବା ଅସମ୍ଭବ ହୋଇ ପଡିଛି |

Advertisment

ଯାହାଦ୍ୱାରା ଚଳିବା ଅସମ୍ଭବ ହେଉଥିବା ବେଳେ ଘର ଖଣ୍ଡିଏ କରିବା ଅସମ୍ଭବ ହୋଇ ପଡିଛି l ଏହି ପରିସ୍ଥିତିରେ ବ୍ଲକ ପ୍ରଶାସନ ତରଫରୁ ଗତ ୨୦୧୭-୧୮ ମସିହା ଆର୍ଥିକ ବର୍ଷରେ ଭିନ୍ନକ୍ଷମ ମଙ୍ଗୁନିକୁ ଆବାସ ଗୃହ କରିବା ପାଇଁ ଏକ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରା ଯାଇଥିଲା l କାର୍ଯ୍ୟାଦେଶ ପାଇବା ପରେ ନିଜେ ସରକାରଙ୍କ ତରଫରୁ ଘର ଖଣ୍ଡିଏ ହୋଇ ପାରିବ ବୋଲି ଖୁସି ବ୍ୟକ୍ତ କରିଥିଲେ l ସବୁଠାରୁ ବଡ଼ କଥା ହେଉଛି କିଛି ଦିନ ପରେ ଫାଉଣ୍ଡେସନ ପାଇଁ ଆସୁଥିବା ଟଙ୍କା ନିଜ ପାସ ବୁକ ଜମା ଖାତାକୁ ଆସିନଥିଲା l ଏହି ଘଟଣା ପରେ ନିଜେ ନୂଆଗାଁ ବ୍ଲକକୁ ଯାଇ ନିଜର ଆବାସ ଗୃହ ଆସିଥିବା କହି କାର୍ଯ୍ୟାଦେଶକୁ ଦେଖାଇ ଥିଲେ ତେବେ ବ୍ଲକରେ ଥିବା କିଛି ପ୍ରଶାସନିକ ଅଧିକାରୀ ମଙ୍ଗୁନିକୁ ତମ ନାଁରେ କୌଣସି ଆବାସ ଯୋଜନାରେ କାର୍ଯ୍ୟାଦେଶ ନଥିବା କହିବା ସହ କୌଣସି କାଗଜପତ୍ର ବାହାରୁ ନଥିବା କହିଥିଲେ l

ଅନ୍ୟ ପଟେ ଏହି ଘଟଣାରେ ସ୍ଥାନୀୟ କ. ନୁଆଁଗାଁ ବ୍ଲକ ପ୍ରଶାସନ ନିଜେ ମଙ୍ଗୁନି ମଲିକକୁ ଡାକି ବ୍ଲକରେ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଉଦ୍ଦେଶ୍ୟମୂଳକ ଭାବରେ ବ୍ଲକ ପ୍ରଶାସନ ହଇରାଣ କରୁଛନ୍ତି ଜଣାପଡ଼ିନଥିବାବେଳେ ନିଜେ ମଙ୍ଗୁନି ବ୍ଲକ କାର୍ଯ୍ୟାଳୟକୁ ଗତ ୧୮ ମସିହାରୁ ୨୪ ମସିହା ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହୋଇ ଥିଲେ ମଧ୍ୟ ପ୍ରଶାସନ ତାଙ୍କ କଥାକୁ ଗୁରୁତ୍ୱ ଦେଉନଥିବା ଅସନ୍ତୋଷ ବ୍ୟକ୍ତ କରିଛନ୍ତି l  ଅନ୍ୟପଟେ ଭିନ୍ନକ୍ଷମ ଭତ୍ତା ଓ ଅଳ୍ପ କିଛି ଚାଉଳ ସରକାରଙ୍କ ତରଫରୁ ମିଳୁଥିବା ବେଳେ ଘର ଖଣ୍ଡିଏ ଯୋଗାଇ ଦେବାକୁ ମଙ୍ଗୁନି ମଲିକ ଦାବୀ କରିଛନ୍ତି l ଏହି ଘଟଣାରେ କାର୍ଯ୍ୟାଦେଶର ପ୍ରକୃତ ତଦନ୍ତ କରିବା ସହ ଯେଉଁମାନେ ହଇରାଣ ହରକତ କରିଛନ୍ତି ତାଙ୍କୁ ଦଣ୍ଡବିଧାନ କରିବାକୁ ଦାବୀ କରିଛନ୍ତି ମିଙ୍ଗୁନ ମଲିକ ଓ ଗ୍ରାମବାସୀ l