ଧଣ୍ଡାମୁଣ୍ଡା: ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକରେ ସ୍ଵଚ୍ଛ ଭାରତ ଅଭିଯାନ ବାଟବଣା ହୋଇଛି। ବ୍ଲକ ପ୍ରଶାସନ ଗ୍ରାମାଞ୍ଚଳର ଲୋକଙ୍କୁ ସ୍ବଚ୍ଛତାର ବାର୍ତ୍ତା ଦେଉଥିବା ବେଳେ ଖୋଦ୍ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନାବନା ଘାସ ସୃଷ୍ଟି ହୋଇଛି। ଆଖ ପାଖରେ ମଦ ବୋତଲ ଓ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହିଛି। ସଫେଇ ହେଉନଥିବାରୁ ଅନାବନା ଘାସ ବଢ଼ିବାରେ ଲାଗିଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।
ବ୍ଲକ କାର୍ଯ୍ୟାଳୟ ପରିସରରେ ମଦ ବୋତଲ ଅନାବନା ଘାସ ଭର୍ତ୍ତି ହୋଇରହିଛି। ସଫେଇ ପ୍ରତି ବ୍ଲକ ପ୍ରଶାସନର ନିଘା ନାହଁ। ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ବ୍ଲକ ଅଫିସ୍ ପରିସର ଅବସ୍ଥା ଯଦିଓ ଏମିତି ତା ହେଲେ ଗାଁର ଅବସ୍ଥା କ'ଣ ହୋଇଥିବ, ସେଥିରୁ ସହଜରେ ଅନୁମେୟ। ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାଳୟ ପରିସରକୁ ସଫା ରଖିବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/30/untitled-2025-09-30-13-08-39.png)