ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡିଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ସମସ୍ତ ସମିତି ସଭ୍ୟ,ସଭ୍ୟା ମାଲକାନଗିରି ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ ପତ୍ର ଦାଖଲ କରିଛନ୍ତି। ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ସରକାରଙ୍କ ଆଇନକୁ ଅଣଦେଖା କରି ନିଜସ୍ବ ଆଇନରେ ପଞ୍ଚାୟତ ସମିତିରେ ମନମୁଖୀ କାର୍ଯ୍ୟ କରୁଛନ୍ତି।ପଞ୍ଚାୟତ ସମିତିର କାର୍ଯ୍ୟ ଖସଡା ପ୍ରସ୍ତୁତି ହେଉ କିମ୍ବା କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସମିତିର ସଭ୍ୟ ଓ ସଭ୍ୟା ଜାଣିବାକୁ ଚାହିଁଲେ ସେ କୌଣସି ପ୍ରକାର ସହଯୋଗର ହାତ ବଢାନ୍ତି ନାହିଁ।ସମିତିର ସଭ୍ୟମାନଙ୍କ ସହ କୌଣସି ଆଲୋଚନା କରନ୍ତି ନାହିଁ। ଇଛା ମୁତାବକ କାର୍ଯ୍ୟ କରନ୍ତି।ସେ ସମସ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରନ୍ତି।
ପଞ୍ଚାୟତ ସମିତିର ସମସ୍ତ କାର୍ଯ୍ୟକୁ ନିଜ ପାଖ ଲୋକଙ୍କୁ ବିକ୍ରି କରନ୍ତି।ଏହାକୁ ବିରୋଧ କରି ପୂର୍ବରୁ ବହୁ ଥର ବୈଠକ ବର୍ଜନ କରିବା ଦ୍ବାର ମଧ୍ୟ କୌଣସି ପ୍ରକାର ସୁଫଳ ମିଳିଲା ନାହିଁ।ତେଣୁ ଗତ ୨୭ ତାରିଖରେ ହୋଇଥିବା ପଞ୍ଚାୟତ ସମିତି ବୈଠକକୁ ବର୍ଜନ କରିଲୁ ବୋଲି ସମସ୍ତ ସମିତି ସଭ୍ୟ ଓ ସଭ୍ୟା ପ୍ରକାଶ କରିଛନ୍ତି। ସରକାରଙ୍କ ପଞ୍ଚାୟତ ସମିତି ଆଇନ ଧାରା ୪୨(ଖ)ରେ ଥିବା ବିଧି ବ୍ୟବସ୍ଥାକୁ ନେଇ କୋରକୋଣ୍ଡା ବ୍ଲକର ଅଧ୍ୟକ୍ଷ ଜିତୁ ବୁରୁଡିଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରାଯାଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/7k4VnZCU5l6VAq53uRE3.jpg)