ରାଉରକେଲା: ରାଉରକେଲାରେ ରେଳସେବାକୁ ବ୍ୟାପକ କରିବାରେ ଦକ୍ଷିଣ ପୂର୍ବ ରେଳବାଇର କ୍ରମାଗତ ଅବହେଳାର ଅନ୍ତ ହେଉନି। ରାଉରକେଲା ରେଳ ଷ୍ଟେସନକୁ ପାଖାପାଖି ୩୫୦ କୋଟି ଟଙ୍କାରେ ନୂଆ ରୂପ ଦେବାର ଯୋଜନା, କେବଳ କାଗଜପତ୍ରରେ ସୀମିତ। ଏହି ନବୀକରଣ ପ୍ରକଳ୍ପ କେବେ ବାସ୍ତବ ରୂପ ନେବ ତାହା ଅସ୍ପଷ୍ଟ। ତେବେ କେବଳ ଏହି ମୁଖ୍ୟ ଷ୍ଟେସନ ନୁହେଁ, ବରଂ ପାନପୋଷ ରେଳ ଷ୍ଟେସନ ମଧ୍ୟ ନୂଆ ରୂପ ପାଇବାରୁ ବଞ୍ଚିତ। ଅବଶ୍ୟ ହାତଗଣତି କିଛି ବିକାଶମୂଳକ କାର୍ଯ୍ୟ ହୋଇଛି, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା ତଥା ଯାତ୍ରୀଙ୍କ ସୁବିଧା କରାଯାଇ ନାହିଁ। ବର୍ତ୍ତମାନ ବୃହତ୍ ରାଉରକେଲା ନିର୍ମାଣ ପାଇଁ ଯୋଜନା କରାଯାଉଛି। ଏଭଳି ସମୟରେ ସହରରେ ଦ୍ବିତୀୟ ରେଳଷ୍ଟେସନର ନିର୍ମାଣ, ଏହି ଯୋଜନାକୁ ଅଧିକ ବଳ ଦେବ। ତେବେ ଦକ୍ଷିଣପୂର୍ବ ରେଳବାଇର ଚିରାଚରିତ ଅବହେଳା ଏଥିରେ ବାଧକ ସାଜିଛି।
ରାଉରକେଲାର ବାହ୍ୟ ଷ୍ଟେସନଭାବେ ପାନପୋଷ ରେଳ ଷ୍ଟେସନର ଉନ୍ନତୀକରଣ ପାଇଁ ଦାବି ଜୋର୍ ହେଲାଣି। ପରିବହନରେ ବୃଦ୍ଧି ତଥା ଯାତ୍ରୀଙ୍କୁ ଉନ୍ନତ ରେଳସେବା ପ୍ରଦାନ ପାଇଁ ଏହି ଷ୍ଟେସନର ବିକାଶ ଜରୁରୀ ହୋଇପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ ପାନପୋଷ ରେଳ ଷ୍ଟେସନରେ ନୂତନ ପ୍ଲାଟ୍ଫର୍ମ, ଫୁଟ୍ ଓଭରବ୍ରିଜ୍ ଆଦି ନିର୍ମାଣ ହୋଇଛି। କିନ୍ତୁ ଏକ ବିକଶିତ ଷ୍ଟେସନରେ ରୁପାନ୍ତରିତ କରିବାକୁ ଏହା ପର୍ଯ୍ୟାପ୍ତ ନୁହେଁ। ପାନପୋଷ ଇସ୍ପାତ ସହରର ମୁଖ୍ୟ ପ୍ରବେଶଦ୍ବାର। ଜିଲ୍ଲାର ସାଂସ୍କୃତିକ, ଧାର୍ମିକ ତଥା ଐତିହ୍ୟ ସ୍ଥାନ ବେଦବ୍ୟାସ ପୀଠକୁ ଯାତ୍ରା କରୁଥିବା ପରିଦର୍ଶକଙ୍କ ପାଇଁ ଏହା ବହୁମାତ୍ରାରେ ସହାୟକ ହୋଇପାରିବ। ଉଲ୍ଲେଖଯୋଗ୍ୟ, ଲାଠିକଟା-କଲୁଙ୍ଗା ଶିଳ୍ପ ରେଳ କରିଡର୍ ନିର୍ମାଣ ପାଇଁ ଯୋଜନା ରହିଛି। ଏହି ନୂତନ ରେଳ ଲାଇନ କାର୍ଯ୍ୟକ୍ଷମ ହେବାପରେ ସମସ୍ତ ମାଲବାହୀ ଟ୍ରେନକୁ ସ୍ଥାନାନ୍ତର କରାଯିବ, ଯାହା ରାଉରକେଲା ଷ୍ଟେସନର ରେଳ ଟ୍ରଫିକ୍ ସମସ୍ୟାକୁ ଦୂର କରିବ। ଏହାଛଡ଼ା ବର୍ତ୍ତମାନ ରାଉରକେଲାରୁ ଆରମ୍ଭ ହେଉଥିବା ପାସେଞ୍ଜର୍ ଟ୍ରେନ୍ ଗୁଡ଼ିକ ପାନପୋଷରୁ ଯାତ୍ରା ଆରମ୍ଭ କରିପାରିବେ। ତେବେ ଏଥିପାଇଁ ପାନପୋଷ ଷ୍ଟେସନର ବିକାଶ ଜରୁରୀ। ଏଠାରେ ଉନ୍ନତମାନର ଷ୍ଟେସନ ନିର୍ମାଣ ସମେତ ପ୍ରତୀକ୍ଷାଳୟ, ଶୌଚାଳୟ, ଲିଫ୍ଟ, ଏସ୍କାଲେଟର, ଫୁଡ୍ ପ୍ଲାଜା, ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ସୁବିଧାସୁଯୋଗ ଆଦିକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।

indian railways
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/08/BGRpg2BYFLHDYcLsDIN6.jpg)