ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହ ଉପାନ୍ତ ବ୍ଲକ, ଛତିଶଗଡ଼ ଓ ଝାଡ଼ଖଣ୍ଡର ହଜାର ହଜାର ରୋଗୀଙ୍କ ଏକମାତ୍ର ଭରସା ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)। ପ୍ରତିଦିନ ୧୨୦୦ରୁ ଅଧିକ ରୋଗୀ ବର୍ହିବିଭାଗ ଓ ଅର୍ନ୍ତବିଭାଗକୁ ଚିକିତ୍ସିତ ହେବାକୁ ଆସୁଛନ୍ତି। ଭୁବନେଶ୍ବର କ୍ୟାପିଟାଲ୍ ଡାକ୍ତରଖାନା ଭଳି ମାନ୍ୟତା ପାଇଥିବା ଆର୍ଜିଏଚ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ସରକାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳାରୁ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିଗୁଡୁଛି। ଜଣେ ପରେ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଉଛି। ନିର୍ଦ୍ଦେଶକ ଓ ଅଧୀକ୍ଷକ ନାହାନ୍ତି। ବରିଷ୍ଠ ଡାକ୍ତର ତୁଲାଉଛନ୍ତି ନିର୍ଦ୍ଦେଶକ ଓ ଅଧୀକ୍ଷକ ଦାୟିତ୍ବ। ଦୁଇଜଣ ହସ୍ପିଟାଲ ମ୍ୟାନେଜର ଆବଶ୍ୟକତା ଥିଲାବେଳେ ଅଛନ୍ତି ମାତ୍ର ଜଣେ। ସବୁଠୁ ଆଶ୍ଚର୍ଯ୍ୟ କଥା ଡାକ୍ତରମାନେ ଆର୍ଜିଏଚ୍ରୁ ଦରମା ନେଉଛନ୍ତି, କିନ୍ତୁ କାମ କରୁଛନ୍ତି ରାଜ୍ୟର ଅନ୍ୟ ଡାକ୍ତରଖାନାରେ। ୧୮ ଡାକ୍ତର ନିଯୁକ୍ତି ପାଇବା ପରେ ପିଜି ପଢ଼ିବାକୁ ଯାଇ ଜିଲ୍ଲାର ଅନ୍ୟ ଡାକ୍ତରଖାନାରେ କାମ କରୁଛନ୍ତି। କେବଳ ଏତିକି ନୁହେଁ ନିକଟରେ ଆର୍ଜିଏଚ୍କୁ ସ୍ନାୟୁ ବିଶେଷଜ୍ଞ ନିଯୁକ୍ତି ପାଇଥିଲେ। ତାଙ୍କୁ ରାଉରକେଲାରୁ ବ୍ରହ୍ମପୁର ଏମ୍କେସିଜ୍ ହସ୍ପିଟାଲକୁ ବଦଳି କରିଦିଆଯାଇଛି। ସେମିତି ଗତ ୧୯ରେ ପୁଣି ଆର୍ଜିଏଚ୍ରୁ ଦୁଇ ଶିଶୁ ଡାକ୍ତରଙ୍କୁ ଗଞ୍ଜାମ ଓ ପୁରୀକୁ ବଦଳି କରି ଦିଆଯାଇଛି। ଡାକ୍ତର ରଶ୍ମିରଞ୍ଜନ ବେହେରାଙ୍କୁ ପୁରୀ ଓ ଡାକ୍ତର ପ୍ରଶାନ୍ତ ପାତ୍ରଙ୍କୁ ଗଞ୍ଜାମ ବଦଳି କରାଯାଇଛି। ଆର୍ଜିଏଚ୍ରୁ ଜଣେ ପରେ ଡାକ୍ତରଙ୍କୁ ବଦଳି କରାଯାଉଥିବାବେଳେ ନିଯୁକ୍ତି ଦିଆଯାଉନି।
୪୦୦ ଶଯ୍ୟା ବିଶିଷ୍ଟ ଆର୍ଜିଏଚ୍ରେ ୧୩୮ ଡାକ୍ତର ଆବଶ୍ୟକ ଥିବାବେଳେ କାର୍ଯ୍ୟକରୁଛନ୍ତି ମାତ୍ର ୭୦ ଜଣ। କାର୍ଯ୍ୟରତ ୭୦ ଡାକ୍ତର ମଧ୍ୟରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍)ର ନିଯୁକ୍ତି ପାଇଛନ୍ତି ୧୩ ଡାକ୍ତର। ଆନାସ୍ଥେସିଆରେ ୩, ଇଏନ୍ଟିରେ ଜଣେ, ଶିଶୁ ଡାକ୍ତର ଦୁଇଜଣ, ସର୍ଜରିରେ ଜଣେ, ମହିଳା ଓ ପ୍ରସୂତିରେ ଜଣେ, ତିନିଜଣ ମେଡିକାଲ ଅଫିସ୍ର, ଜଣେ ଦନ୍ତ ଚିକିତ୍ସକ, ରାଉରକେଲା ରକ୍ତଭଣ୍ଡାରରେ ଜଣେ ଡାକ୍ତର ନିଯୁକ୍ତି ପାଇଛନ୍ତି। ସେପଟେ ପ୍ରାୟ ୧୧୦୦ କୋଟି ଟଙ୍କା ବ୍ୟୟରେ ଆର୍ଜିଏଚ୍ ରୂପରେଖ ବଦଳିବାର ସ୍ବପ୍ନ ଦେଖାଯାଉଛି। ଭବିଷ୍ୟତରେ ଆର୍ଜିଏଚ୍କୁ ୧୪୦୦ ଶଯ୍ୟା ହସ୍ପିଟାଲ କରିବାକୁ ଲକ୍ଷ୍ୟ ରଖାଯଇଛି। ଆର୍ଜିଏଚ୍ ଦ୍ବିତୀୟ କ୍ୟାମ୍ପସ୍ ବାଲୁଘାଟ ବିଦ୍ୟୁତ୍କଲୋନି ନିକଟରେ ୫୦ ଏକର ସରକାରୀ ଜାଗାରେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଟେକ୍ନିସିଆନ୍ ନଥିବାରୁ ସେଣ୍ଟ୍ରାଲ ଲାବ୍ରୋଟୋରିରେ ପ୍ରାୟ ୨ କୋଟିର ଯନ୍ତ୍ରାଂଶ ଖତ ଖାଉଛି।
୪୦୦ ଶଯ୍ୟା ବିଶିଷ୍ଟ ଆର୍ଜିଏଚ୍ରେ ୧୩୮ ଡାକ୍ତର ଆବଶ୍ୟକ ଥିବାବେଳେ କାର୍ଯ୍ୟକରୁଛନ୍ତି ମାତ୍ର ୭୦ ଜଣ। କାର୍ଯ୍ୟରତ ୭୦ ଡାକ୍ତର ମଧ୍ୟରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍)ର ନିଯୁକ୍ତି ପାଇଛନ୍ତି ୧୩ ଡାକ୍ତର। ଆନାସ୍ଥେସିଆରେ ୩, ଇଏନ୍ଟିରେ ଜଣେ, ଶିଶୁ ଡାକ୍ତର ଦୁଇଜଣ, ସର୍ଜରିରେ ଜଣେ, ମହିଳା ଓ ପ୍ରସୂତିରେ ଜଣେ, ତିନିଜଣ ମେଡିକାଲ ଅଫିସ୍ର, ଜଣେ ଦନ୍ତ ଚିକିତ୍ସକ, ରାଉରକେଲା ରକ୍ତଭଣ୍ଡାରରେ ଜଣେ ଡାକ୍ତର ନିଯୁକ୍ତି ପାଇଛନ୍ତି। ସେପଟେ ପ୍ରାୟ ୧୧୦୦ କୋଟି ଟଙ୍କା ବ୍ୟୟରେ ଆର୍ଜିଏଚ୍ ରୂପରେଖ ବଦଳିବାର ସ୍ବପ୍ନ ଦେଖାଯାଉଛି। ଭବିଷ୍ୟତରେ ଆର୍ଜିଏଚ୍କୁ ୧୪୦୦ ଶଯ୍ୟା ହସ୍ପିଟାଲ କରିବାକୁ ଲକ୍ଷ୍ୟ ରଖାଯଇଛି। ଆର୍ଜିଏଚ୍ ଦ୍ବିତୀୟ କ୍ୟାମ୍ପସ୍ ବାଲୁଘାଟ ବିଦ୍ୟୁତ୍କଲୋନି ନିକଟରେ ୫୦ ଏକର ସରକାରୀ ଜାଗାରେ କରିବାକୁ ପ୍ରସ୍ତାବ ଦିଆଯାଇଛି। ଟେକ୍ନିସିଆନ୍ ନଥିବାରୁ ସେଣ୍ଟ୍ରାଲ ଲାବ୍ରୋଟୋରିରେ ପ୍ରାୟ ୨ କୋଟିର ଯନ୍ତ୍ରାଂଶ ଖତ ଖାଉଛି। ବିଧାୟକ ଦୁର୍ଗାଚରଣ ତଦନ୍ତୀ ସ୍ଥିତି ଅନୁଧ୍ୟାନ କଲା ପରେ ମଧ୍ୟ ଫଳ ଶୂନ୍। ରାଉରକେଲା ବିଧା୍ୟକ ସାରଦା ପ୍ରସାଦ ନାୟକ କହିଛନ୍ତି, ରାଉରକେଲା ପ୍ରତି ବିଜେପି ସରକାର ବୈମାତୃକ ମନୋଭାବ ଦେଖାଉଛନ୍ତି। ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆର୍ଜିଏଚ୍ର ସ୍ଥିତି ଦେଖିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହେଲାନି। ଗତ ସରକାର ଆର୍ଜିଏଚ୍ ବିକାଶ ହୋଇଥିଲା। ବିଜେପି ସରକାର ଆସିଲା ପରେ ସବୁ ବିଗିଡ଼ି ଯାଇଛି। ନିଶ୍ଚିତ ଭାବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି, ଆର୍ଜିଏଚ୍ ସ୍ବାସ୍ଥ୍ୟସେବା ପ୍ରତି ବିଜେପି ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ପ୍ରତିବାଦରେ ଆମେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବୁ। ଦରକାର ପଡିଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବୁ ବୋଲି ସେ କହିଛନ୍ତି।