#କରୋନା ହାରିବ, ଦେଶ ଜିତିବ: ପୋଷା ପ୍ରାଣୀଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହୁଏ କି ?

ନୂଆଦିଲ୍ଲୀ: ପୋଷା ପ୍ରାଣୀ ଯେପରିକି ବିଲେଇ ଓ କୁକୁରଙ୍କଠାରୁ କରୋନା ଭୂତାଣୁ ବ୍ୟାପେ କି ? ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଛି କି ? ଯଦି ହଁ ତେବେ ଆପଣ ଏଥିରୁ ଚିନ୍ତାମୁକ୍ତ ରୁହନ୍ତୁ | କାରଣ ପୋଷା ଜୀବଙ୍କ ଠାରୁ କରୋନା ସଂକ୍ରମଣ ହୋଇନଥାଏ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ପୋଷା କୁକୁର କିମ୍ବା ବିଲେଇଙ୍କ ଦ୍ୱାରା କରୋନା ଭାଇରସ ବ୍ୟାପିବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ | ତେବେ ସବୁ ସମୟରେ ପୋଷା ପ୍ରାଣୀଙ୍କୁ ଧରିବା ପରେ ସାବୁନରେ ହାତ ଧୋଇଦେବା ଏକ ଭଲ ଅଭ୍ୟାସ ବୋଲି କୁହାଯାଇଛି |


ପୂର୍ବରୁ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ କହିଥିଲେ ଯେ ପଶୁମାନଙ୍କ ଜରିଆରେ କରୋନା ଭାଇରସ୍ ସଂକ୍ରମଣ ହେବାର କୌଣସି ଆଶଙ୍କା ନ ଥାଏ। ଏଣୁ ପଶୁମାନଙ୍କୁ ନେଇ ଭୟଭୀତ ହେବା ଅନୁଚିତ। ପ୍ରାଣୀ ଅଧିକାର କର୍ମୀ ମେନକା ଗାନ୍ଧୀ କହିଥିଲେ ଯେ କରୋନା ପଶୁଙ୍କଠାରୁ ବ୍ୟାପୁନାହିଁ ।

ଏଣୁ ଏଭଳି ମିଛ ଗୁଜବ ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଟ୍ୱିଟରରେ ଏକ ହାସ ଟ୍ୟାଗ ଆରମ୍ଭ କରିଛି | କରୋନା ହାରିବ ଓ ଦେଶ ଜିତିବ, ନାମରେ ଆରମ୍ଭ କରାଯାଇଥିବା ହାସ ଟ୍ୟାଗରେ କରୋନା ସମ୍ପର୍କିତ ସମସ୍ତ ସୂଚନା ଜଣେ ଚାହିଁଲେ ପାଇପାରିବ |

ସମ୍ବନ୍ଧିତ ଖବର