ନୂଆଦିଲ୍ଲୀ: ଆଜି ସକାଳୁ ସୋସିଆଲ୍ ମିଡିଆରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ନାମରେ ଏକ ଗୁଜବ ଖବର ବୁଲିବାରେ ଲାଗିଛି। ପିଚାଇ ଏବେ ବି ଭାରତରେ ଭୋଟ୍ ଦେଉଛନ୍ତି ବୋଲି ଟୁଇଟର୍ ବ୍ୟବହାରକାରୀମାନେ ଅନେକ ଟ୍ଵିଟ୍ କରିଥିବାର ଦେଖିବାକୁ ମିଳିଛି।
Google CEO, @sundarpichai has casted his vote. #TNElection2019#OruviralPuratchipic.twitter.com/rZYgEn6F2E
— Ρяιуαмυ∂αи ναѕαитн ? (@Itz_Vasanth) April 18, 2019
ମାତ୍ର ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଖବରରେ କୌଣସି ସତ୍ୟାସତ୍ୟ ନାହିଁ। ସୁନ୍ଦର ପିଚାଇ ଭାରତରେ ହେଉଥିବା ନିର୍ବାଚନରେ ନିଜର ମତଦାନ କରୁନାହାନ୍ତି। ଟ୍ଵିଟର୍ରେ ଦେଖିବାକୁ ମିଳିଥିଲା ଯେ ସୁନ୍ଦର ପିଚାଇ ତାମିଲ୍ନାଡୁରୁ ସାଧାରଣ ନିର୍ବାଚନ ପାଇଁ ମତଦାନ କରିଛନ୍ତି। ମାତ୍ର ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହା ସଂପୂର୍ଣ୍ଣ ଗୁଜବ।
ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବା ଅବସରରେ ସୁନ୍ଦର ପିଚାଇ ଭାରତୀୟଙ୍କ ଭିତରେ ମତଦାନକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ତାମିଲ୍ନାଡୁରେ ଭୋଟ୍ ଦେଇଛନ୍ତି ବୋଲି ସକାଳୁ ଅନେକ ବ୍ୟବହାରକାରୀ ତାଙ୍କର ଏକ ଫଟୋକୁ ଟ୍ଵିଟ୍ରରେ ସେୟାର୍ କରି ଦାବି କରିଥିଲେ। ମାତ୍ର ଶେଷରେ ଜାଣିବାକୁ ମିଳିଛି ଯେ ଏହା ଏକ ମିଛ ଖବର।
Also got to visit my alma mater (and old dorm room!) for the first time in 23 years. Thanks to everyone @IITKgp for the warm welcome! pic.twitter.com/OUn7mlKGI7
— Sundar Pichai (@sundarpichai) January 7, 2017
ଫଟୋଟି ହେଉଛି ୨ ବର୍ଷ ତଳର। ସୁନ୍ଦର ପିଚାଇ ପଶ୍ଚିମବଙ୍ଗର ଇଣ୍ଡିଆନ୍ ଇନ୍ଷ୍ଟିଟ୍ଵିସନ୍ ଅଫ୍ ଖଡ଼ଗପୁର(ଆଇଆଇଟିକେ) ଆସିଥିବା ବେଳର ଫଟୋ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦୁଇଟି ସ୍ଥାନରେ ଭୋଟ୍ ଦେବା ପାଇଁ ଭାରଣୀୟ ଗଣତନ୍ତ୍ରରେ ନିୟମ ନାହିଁ। ପିଚାଇ ଏବେ ଆମେରିକାର ନାଗରିକ ହିସାବରେ ସେଠାରେ ଭୋଟ ଦେଉଛନ୍ତି।