କ୍ରମାଗତ ୨ୟ ଥର ପାଇଁ ଲୋକସଭାରେ ରହିବେ ନାହିଁ ‘ ବିରୋଧୀ ଦଳ ନେତା’

ନୂଆଦିଲ୍ଲୀ : କ୍ରମାଗତ ୨ୟ ଥର ପାଇଁ ଲୋକସଭାରେ କେହି ବିରୋଧୀ ଦଳ ନେତାର ମାନ୍ୟତା ନ ପାଇବାର ସମ୍ଭାବନା ରହିଛି । ଏହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କାରଣ ବିଜେପି ଏକାକୀ ୩୦୦ରୁ ଅଧିକ ଆସନ ଜିଣି ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଦୂର ୨ୟ ସ୍ଥାନରେ ଥିବା କଂଗ୍ରେସ ମାତ୍ର ୫୧ଟି ଆସନ ପାଇବାର ସମ୍ଭାବନା ରହିଛି । କିନ୍ତୁ ସଂସଦୀୟ ନିୟମ ଅନୁସାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇବା ପାଇଁ ଅତି କମରେ ୫୫ଟି ଆସନ ଆବଶ୍ୟକ ପଡିଥାଏ ।

କିନ୍ତୁ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ପାଖରେ ଏହି ସଂଖ୍ୟା ନଥିବାରୁ କୌଣସି ଦଳକୁ ଏହି ମାନ୍ୟତା ମିଳିବ ନାହିଁ । ବିରୋଧୀ ଦଳ ନେତା ଏକ ସମ୍ବିଧାନିକ ପଦବୀ । କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଯେପରିକି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ, ଜାତୀୟ ମାନବାଧିକାର ଆୟୋଗ, ନାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ, ସିବିଆଇ ମୁଖ୍ୟ ଆଦି ପାଇଁ ବିରୋଧୀ ଦଳ ନେତାଙ୍କ ଆବଶ୍ୟକତା ପଡିଥାଏ ।

ସମ୍ବନ୍ଧିତ ଖବର