ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଗଡ଼ିବା ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଛି ତାହା ସତ ବୋଲି ପ୍ରମାଣିତ ହୋଇଛି | ବାସ୍ତବରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନାହିଁ | ସଂସଦରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ | ମନ୍ତ୍ରୀଙ୍କ କହିବା କଥା ଯେ କେନ୍ଦ୍ର ସରକାରଙ୍କ ପାଖକୁ ୧୭ଟି ପ୍ରସ୍ତାବ ବିଭିନ୍ନ ରାଜ୍ୟରୁ ଆସିଛି | ପ୍ରକଲ୍ପ ପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁଦାନ ଦେଇଛନ୍ତି |

Advertisment

ହେଲେ ଏଥିରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କୌଣସି ପ୍ରସ୍ତାବ ନାହିଁ | ଅନ୍ୟପଟେ ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ସ୍ତରୀୟ ବୈଠକ  | ନୂଆ ଢାଞ୍ଚାରେ ମେଟ୍ରୋ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା | ମେଟ୍ରୋ ରେଳ ପ୍ରକଳ୍ପ’ ଗମନାଗମନ ସେବାରେ କିଭଳି ନୂତନ ରୂପାନ୍ତରଣ ଆଣିବ ଓ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବରେ ସଫଳ ରୂପରେ କାର୍ଯ୍ୟାନ୍ବିତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ କିପରି ସ୍ଥାୟୀ ସମନ୍ୱୟ ହେବ,ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

 ଏହି ବୈଠକରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।