ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଭିତ୍ତିଭୂମିର ବିକାଶ ପାଇଁ ପୂର୍ବ ସରକାର ପ୍ରାୟ ୬୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ନୂଆ ସରକାର ପ୍ରାୟ ୬୮୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ମୋଟ ୧୨୮୭ କୋଟି ଟଙ୍କା ଆସିଛି। ହେଲେ ସମ୍ପ୍ରସାରଣ ପାଇଁ ଆର୍‌ଜିଏଚ୍‌ରେ ଜାଗା ନାହିଁ। ମାତୃଶିଶୁ ହସ୍ପିଟାଲ (ଏମ୍‌ସିଏଚ୍‌) ସମ୍ମୁଖ ଜାଗାରେ ୬ ମହଲା ବିଶିଷ୍ଟ ବିଲ୍‌ଡିଂ ହେବାକୁ ପ୍ରସ୍ତାବ ରହିଥିଲା। ମାସ ମାସ ଧରି ସମୟ ଗଡି ଚାଲିଥିଲେ ହେଁ ପ୍ରସ୍ତାବିତ ୬ ମହଲା ବିଲ୍ଡିଂ ପାଇଁ ଇଟା ଖଣ୍ଡିଏ ମଧ୍ୟ ପଡିପାରିନଥିଲା। ଏବେ ପୁଣି ନୂଆ ସରକାର ପ୍ରାୟ ୬୮୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Advertisment

ଜାଗା ଅଭାବ ଥିବାରୁ ନିକଟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ବାଲୁଘାଟ ନିକଟରେ ଆର୍‌ଜିଏଚ୍‌ର ଦ୍ବିତୀୟ କ୍ୟାମ୍ପସ୍‌ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଗତ ମାସକ ତଳେ ସ୍ବାସ୍ଥ୍ୟବିଭାଗ ଆର୍‌ଜିଏଚ୍‌ରେ ସେଡ୍‌ ନିର୍ମାଣ ପାଇଁ ୩୨ ଲକ୍ଷ ୮ ହଜାର, ଏମ୍‌ସିଏଚ୍‌ ରୢାମ୍ପ ୱେ ପଶଇଁ ୨୫ ଳକ୍ଷ ୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଏହି ଦୁଇଟି କାମ ପାଇଁ ଜାଗାର କୌଣସି ଆବଶ୍ୟକତା ନାହିଁ। ହେଲେ ଦୁଇ ପର୍ଯ୍ୟାୟରେ ଆର୍‌ଜିଏଚ୍‌ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ବିକାଶମୂଳକ କାମ ପାଇଁ ଆସିଥିବା ପାଣ୍ଠି ଜାଗା ଅଭାବରୁ ଫେରି ଯିବ ନାହିଁତ ବୋଲି ସହରବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥ ପାଇଁ ଉଭୟ ବିଜେଡି ଓ ବିଜେପି ଶ୍ରେୟ ରାଜନୀତି ନ କରି ଆର୍‌ଜିଏଚ୍‌ର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କିପରି ଆଗେଇବ ସେ ଦିନରେ ଧ୍ୟାନ ଦେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି। ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ର ସୁଧାର ଆଣିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଚିଠି ‌ଲେଖିଥିଲେ। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ, ଆର୍‌ଜିଏଚ୍‌କୁ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲ ପରି ମାନ୍ୟତା ମିଳିଛି। ପ୍ରଶାସନିକ ଅବହେଳାରୁ ପାନପୋଷ, ବଣାଇ ସବ୍‌ଡିଭିଜନ୍‌ସହ ପଡୋଶୀ ଝାଡ଼ଖଣ୍ଡର ରୋଗୀମାନଙ୍କୁ ଉଚିତ ଚିକିତ୍ସା ସେବା ମିଳିପାରୁନି।  ଆର୍‌ଜିଏଚ୍‌ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ତାଙ୍କ ଅଧ୍ୟକ୍ଷତାରେ ଗତ ୨୦୦୯ ଅଗଷ୍ଟ ୧ରେ ରୋଗୀକଲ୍ୟାଣ ସମିତିର ବୈଠକ ବସିଥିଲା। ବିଭିନ୍ନ ବିଭାଗର ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ନିର୍ଦେଶକ ଓ ଅଧୀକ୍ଷକଙ୍କୁ ଏଥିପ୍ରତି ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେମିତି କିଛି ହେଲା ନାହିଁ। ଆର୍‌ଜିଏଚ୍‌ପରିଦର୍ଶନବେଳେ ଅତ୍ୟାଧୁନିକ ସୁପର ହସ୍ପିଟାଲ ପାଇଁ ଜାଗାର ଅଭାବ ରହିଥିବା ଦେଖିବାକୁ ପାଇଲି।

ଜାଗା ଅଭାବ ଥିବାରୁ ନିକଟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ବାଲୁଘାଟ ନିକଟରେ ଆର୍‌ଜିଏଚ୍‌ର ଦ୍ବିତୀୟ କ୍ୟାମ୍ପସ୍‌ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଗତ ମାସକ ତଳେ ସ୍ବାସ୍ଥ୍ୟବିଭାଗ ଆର୍‌ଜିଏଚ୍‌ରେ ସେଡ୍‌ ନିର୍ମାଣ ପାଇଁ ୩୨ ଲକ୍ଷ ୮ ହଜାର, ଏମ୍‌ସିଏଚ୍‌ ରୢାମ୍ପ ୱେ ପଶଇଁ ୨୫ ଳକ୍ଷ ୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ଏହି ଦୁଇଟି କାମ ପାଇଁ ଜାଗାର କୌଣସି ଆବଶ୍ୟକତା ନାହିଁ। ହେଲେ ଦୁଇ ପର୍ଯ୍ୟାୟରେ ଆର୍‌ଜିଏଚ୍‌ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ବିକାଶମୂଳକ କାମ ପାଇଁ ଆସିଥିବା ପାଣ୍ଠି ଜାଗା ଅଭାବରୁ ଫେରି ଯିବ ନାହିଁତ ବୋଲି ସହରବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥ ପାଇଁ ଉଭୟ ବିଜେଡି ଓ ବିଜେପି ଶ୍ରେୟ ରାଜନୀତି ନ କରି ଆର୍‌ଜିଏଚ୍‌ର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କିପରି ଆଗେଇବ ସେ ଦିନରେ ଧ୍ୟାନ ଦେବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି। ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ର ସୁଧାର ଆଣିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଚିଠି ‌ଲେଖିଥିଲେ। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ, ଆର୍‌ଜିଏଚ୍‌କୁ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲ ପରି ମାନ୍ୟତା ମିଳିଛି। ପ୍ରଶାସନିକ ଅବହେଳାରୁ ପାନପୋଷ, ବଣାଇ ସବ୍‌ଡିଭିଜନ୍‌ସହ ପଡୋଶୀ ଝାଡ଼ଖଣ୍ଡର ରୋଗୀମାନଙ୍କୁ ଉଚିତ ଚିକିତ୍ସା ସେବା ମିଳିପାରୁନି।  ଆର୍‌ଜିଏଚ୍‌ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ତାଙ୍କ ଅଧ୍ୟକ୍ଷତାରେ ଗତ ୨୦୦୯ ଅଗଷ୍ଟ ୧ରେ ରୋଗୀକଲ୍ୟାଣ ସମିତିର ବୈଠକ ବସିଥିଲା। ବିଭିନ୍ନ ବିଭାଗର ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ହୃଦରୋଗ, ସ୍ନାୟୁରୋଗ, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋଲୋଜି, ଟ୍ରମା ସେଣ୍ଟର ସହ ଅନ୍ୟାନ୍ୟ ବିଭାଗ ଖୋଲିବାକୁ ଜାଗାର ଆବଶ୍ୟକତା ରହିଛି। ଦିନକୁ ଦିନ ରୋଗୀସଂଖ୍ୟା ବଢ଼ୁଥିବାରୁ ଭବିଷ୍ୟତରେ ଆର୍‌ଜିଏଚ୍‌କୁ ୧୪୦୦ ଶଯ୍ୟା ହସ୍ପିଟାଲ କରିବାକୁ ଲକ୍ଷ୍ୟ ରଖାଯଇଛି। ତେଣୁ ଆର୍‌ଜିଏଚ୍‌ଦ୍ବିତୀୟ କ୍ୟାମ୍ପସ୍‌ବାଲୁଘାଟ ବିଦ୍ୟୁତ୍‌କଲୋନି ନିକଟରେ ୫୦ ଏକର ସରକାରୀ ଜାଗାରେ କରିବାକୁ ପ୍ରସ୍ତାବ ଦେଇଥିଲେ। ଏସବୁ ଭିତରେ ଦୁଇଟି ପର୍ଯ୍ୟାୟ ଆର୍‌ଜିଏଚ୍‌ ସମ୍ପ୍ରସାରଣ ପାଇଁ ଆସିଥିବା ଅର୍ଥ ଖର୍ଚ୍ଚ ହେଉଛି, ନା’ ଫେରି ଯାଉଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।

rourkela