ରାଉରକେଲା: କେନ୍ଦୁପତ୍ର ସଂସ୍ଥାର ଘରୋଇକରଣ, କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟିଦେବା। ସରକାରୀ ଘୋଷଣା ସତ୍ତ୍ୱେ କନ୍ୟାବିବାହ ସହାୟତା ବାତିଲ କରିବା। ସର୍ବନିମ୍ନ ମଜୁରି ବୃଦ୍ଧିକୁ କାର୍ଯ୍ୟକାରୀ ନ କରିବା। ସିଜିନାଲ୍ କର୍ମଚାରୀମାନଙ୍କର ମାସିକ ମଜୁରି ବୃଦ୍ଧିରେ ବିଳମ୍ବ, ବନ୍ଧେଇ ଶ୍ରମିକମାନଙ୍କର ପିସ୍ ରେଟ୍ ବୃଦ୍ଧିରେ ବିଳମ୍ବ ପ୍ରଦିବାଦରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଉରକେଲା ଡିଭିଜନ କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା। ସଂଘର ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀମାନେ ପାନପୋଷସ୍ଥ କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ନିବେଦିତା ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ସରକାରୀ ଘୋଷଣା ସତ୍ତ୍ୱେ କନ୍ୟାବିବାହ ସହାୟତା ବାତିଲ କରିବା। ସର୍ବନିମ୍ନ ମଜୁରି ବୃଦ୍ଧିକୁ କାର୍ଯ୍ୟକାରୀ ନ କରିବା। ସିଜିନାଲ୍ କର୍ମଚାରୀମାନଙ୍କର ମାସିକ ମଜୁରି ବୃଦ୍ଧିରେ ବିଳମ୍ବ, ବନ୍ଧେଇ ଶ୍ରମିକମାନଙ୍କର ପିସ୍ ରେଟ୍ ବୃଦ୍ଧିରେ ବିଳମ୍ବ ପ୍ରଦିବାଦରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଉରକେଲା ଡିଭିଜନ କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା। ସଂଘର ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀମାନେ ପାନପୋଷସ୍ଥ କେନ୍ଦୁଲିଫ୍ ଡିଭିଜନ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ନିବେଦିତା ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରର ପ୍ରତିଲିପି ଜଙ୍ଗଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫଙ୍କୁ ଦିଆଯାଇଛି। ଦାବିପତ୍ରରେ ୨୫ ହଜାର ତୋଳାଳି ଓ ଶ୍ରମିକମାନେ ଦସଖସ୍ତ କରିଛନ୍ତି। ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରାଜ୍ୟସଂଗଠନ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୃତୁଜା, ଡିଭିଜନ ସମ୍ପାଦକ କ୍ଷେତ୍ରଚନ୍ଦ୍ର ବାରିକ, ଶ୍ରମିକ ନେତା ଦିଗାମ୍ବର ମହାନ୍ତି, ଦେବଜ୍ୟୋତି ପଟ୍ଟନାୟକ, ବିମଳ ବେଉରିଆ, ଯୁଗ୍ନ ସମ୍ପାଦକ ଶୋଭାଚନ୍ଦ୍ର ପ୍ରଧାନ, ଦୁର୍ଗା ମହନ୍ତ, ସମ୍ବାରୁ କିସାନ, ବିରଞ୍ଚି ନାୟକ, ପଦ୍ମଲୋଚନ ଦ୍ୱିବେଦୀ, କିଶୋର ମିଞ୍ଜ, ଗିରିଧାରୀ ବାଡ଼ା, ପର୍ଶୁରାମ ଭଇଁସା, ମଙ୍ଗଳ ଓରାମ, ତ୍ରିଲୋଚନ କିସାନ, ପ୍ରମୋଦ ତିର୍କି ପ୍ରମୁଖ ସାମିଲ ହୋଇଥିଲେ।