ଘୁ ଉଦୟଗିରି: କନ୍ଧମାଳଜିଲ୍ଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୮ ନମ୍ବର ୱାର୍ଡ ପଠାଣସାହି ଠାରୁ ଗୋଲାସାହି ପର୍ଯ୍ୟନ୍ତ ଗତ ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ରାଜ୍ୟ ସରକାର ପକ୍ଷରୁ ନିଷ୍ପତ୍ତି ନେଇଥିବା ସର୍ବସାଧାରଣ ପାଇଁ ନିଃଶୁଳ୍କ ପାଇପ ଜଳ ଯୋଗାଇବା ନିମନ୍ତେ ଯୋଜନା ଥିଲେ ମଧ୍ୟ, ବର୍ତ୍ତମାନ ପ୍ରାୟ ୫୦ ରୁ ଅଧିକ ପରିବାର ଜଳ ବିହୀନ ଜୀବନ ଅତିବାହିତ କରୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସହରାଞ୍ଚଳ ଜଳ ଯୋଗାଣ ବିଭାଗ (PHD) କିଛି କର୍ମଚାରୀ ଏବଂ ମାନ୍ୟତାପ୍ରାପ୍ତ ଠିକାଦାର ମାନେ ବଳପୂର୍ବକ ଅର୍ଥ ଦାବି କରୁଛନ୍ତି। ସେମାନେ ସ୍ପଷ୍ଟ କହୁଛନ୍ତି – “ପଇସା ଦେଲେ ପାଣି ମିଳିବ, ନହେଲେ ନୁହେଁ”।

Advertisment

ସୂଚନା ଅନୁଯାୟୀ କାହାକୁ ୩,୦୦୦ ଟଙ୍କା, କାହାକୁ ୫,୦୦୦ ଟଙ୍କା ଓ କିଛି ପରିବାର ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାଗୁଛନ୍ତି।ଏହି ଅର୍ଥ ହେଉଛି ବକେୟା ଅର୍ଥ। ଏହି ଅର୍ଥ ଦେଲେ ପାଣି ଦିଆଯିବ ନ ହେଲେ ନାହିଁ ବୋଲି ସଫା ସଫା କହୁଛନ୍ତି। ସହରାଞ୍ଚଳ ଜଳ ଯୋଗାଣ ବିଭାଗ (PHD) ଦ୍ୱାରା କିଛି ଅଧିକାରୀମାନେ ଜଳ ଯୋଗାଣ ପାଇଁ ହିତାଧିକାରୀଙ୍କୁ ଅଧିକ ଅଙ୍କର ଅର୍ଥ ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ପାନୀୟ ଜଳ ପାଇବାରେ ବଞ୍ଚିତ ହେଉଛନ୍ତି ଲୋକେ।ଲୋକଙ୍କ ଠାରୁ ମାସିକ ଜଳ କର ଆଦାୟ କରିବା ଦାୟିତ୍ୱ ଠିକ ଭାବେ ନିର୍ବାହ ନ କରି ବର୍ତମାନ ହଜାର ହଜାର ଟଙ୍କା ବକେୟା ମାଗିବା ନଚେତ ପାନୀୟ ଜଳ ଯୋଗାଣ ବନ୍ଦ କରିବା କେତେ ଠିକ ବୋଲି ପ୍ରଶ୍ନ ଉଠୁଛି।ନୂତନ ପାଇପ ସଂଯୋଗ ଦେବା ବେଳେ ଉପଭୋକ୍ତା ଙ୍କୁ ସମସ୍ତ ଦେୟ ତଥ୍ୟ ପ୍ରଦାନ ନ କରି ପରବର୍ତ୍ତୀ ସମୟରେ ଏକ କାଳୀନ ହଜାର ହଜାର ଟଙ୍କା ଅର୍ଥାତ ନୂତନ ପାଇପ ଲାଇନ ସଂଯୋଗ ଅର୍ଥ ସହ ମାସିକ ଦେୟ ପୁଣି ଦୀର୍ଘ ବର୍ଷ ଅନଦେୟ ଏହିଭଳି ହଜାର ହଜାର ଟଙ୍କା ବକେୟା ଅର୍ଥ ଲୋକଙ୍କୁ ଆଦାୟ କରିବା ସମୟରେ ଲୋକ ଛାନିଆ।

ଗରିବ ଲୋକ ଏତେ ଟଙ୍କା କୋଉଠୁ ଆଣିବେ କେମିତି ବାନ୍ଧିବେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା।ବକେୟା ଅର୍ଥ ଆଦାୟ ନ ହେବା ଫଳରେ ପାଣି ସଂଯୋଗ ସମ୍ପୂର୍ଣ୍ଣ କାଟି ଦିଆଯାଇଥିବା ସୂଚନା ମିଳିଛି।ଆଉ ଏକ ପ୍ରଶ୍ନ ଯିଏ ବକେୟା ଅଛନ୍ତି ତାଙ୍କ ପାଣି ସଂଯୋଗ ନ କାଟି ସମସ୍ତଙ୍କ ପାଣି ସଂଯୋଗ ପୁରା ମୁଖ୍ୟ ପାଇପ ଲାଇନ ରେ ପାଣି ବନ୍ଦ କରିବା କେଉଁ ଆଇନ ରେ ଲେଖା ଅଛି କାହା ନିର୍ଦେଶରେ ଏହିଭଳି କାର୍ଯ୍ୟ କରାଯାଇଛି। ତେବେ ବର୍ତ୍ତମାନ ଚୁଆ,ପୋଖରୀ, ନାଳ ପାଣି ଉପରେ ନିର୍ଭର କରୁଛନ୍ତି ଲୋକେ।ନାଁ କୁ ସହରରେ ଘର ହେଲେ ଗ୍ରାମାଞ୍ଚଳ ଠାରୁ ହୀନ ଜୀବନ କାଟିବାକୁ ପଡୁଛି ସାହି ଲୋକଙ୍କ।ଟୋପାଏ ପାଣି ଯୋଗେଇବାରେ ସରକାର ବିଫଳ।।ନାଳ, ଚୁଆ ପାଣି ବ୍ୟବହାର କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ ।ବର୍ଷା ଋତୁରେ ଚୁଆ ନାଳ ର ଦୂଷିତ ଜଳ ବ୍ୟବହାର କରି ଅନେକ ରୋଗାକ୍ରାନ୍ତ ହୋଇଥିବା ମଧ୍ୟ ସୂଚନା ରହିଛି। ତେବେ ସ୍ଥାନୀୟ ସାହି ବାସିନ୍ଦା କହିଛନ୍ତି ଏମିତି ଅବସ୍ଥା ଆଗରୁ କେବେ ଦେଖିନଥିଲୁ।

ଖାଲି ପାଣି ପାଇଁ ଆମକୁ ଆଉ ଅର୍ଥ ଦେବାକୁ ପଡ଼ିଛି। ଗରିବ ଲୋକମାନେ କେଉଁଠୁ ଆଣିବେ ଏତେ ପଇସା ଆଉ ଦେବେ?"ଆରମ୍ଭରୁ କୁହାଗଲା ପାଣି ପାଇଁ ପଇସା ଦେବାକୁ ପଡ଼ିବ ନାହିଁ, କିନ୍ତୁ ବର୍ତ୍ତମାନ ପଇସା ଆଦାୟ କରୁଛନ୍ତି ।ଯଦି ପଇସା ମାଗୁଛନ୍ତି ତେବେ ଏତେ ମୋଟା ଅଙ୍କର ଅର୍ଥ କେମିତି ଦାବି କରୁଛନ୍ତି । ଏତେ ଟଙ୍କା କେମିତି ହେଲା? ଦେଖିବାକୁ ଗଲେ ପରିଷଦ ଅନ୍ତର୍ଗତ ସବୁ ୱାର୍ଡ ମାନଙ୍କରେ ଅକାଳରେ ପାଣି ଭାସି ନଷ୍ଟ ହେଉଛି । କାହାର ତୋ ପାଇପ୍ ଭାଙ୍ଗି ଯାଇଛି ତୋ କୋଉଠି  ମୁଖ୍ୟ ପାଇପ୍ ଦ୍ବାରା ପାଣି ଲିକ୍ ହୋଇଯାଉଛି।ତାହା ଦେଖିବାକୁ କେହି ନାହି ।କିନ୍ତୁ ଗରିବ ଅସହାୟ ଦିନ ମଜୁରିଆ, ଖଟିଖିଆ ଲୋକଙ୍କ ଉପରେ ବିଭାଗ ଅତ୍ୟାଚାର କରୁଛି ।

ମାସ ମାସ ଧରି ଲୋକ କେମିତି ଚଳୁଛନ୍ତି କିଛି ଚିନ୍ତା ନାହିଁ, କି ଉପାୟ ମଧ୍ୟ ବାହାର କରିବାର ନାହି । ସେପଟେ ବିଭାଗ କର୍ତ୍ତୃପକ୍ଷ ସାହିକୁ ଯାଇ ସମସ୍ୟାର ସମାଧାନ ମଧ୍ୟ କରୁ ନାହାନ୍ତି ।ସ୍ଥାନୀୟ କାଉନସିଲର ଯାକେଶ ପ୍ରଧାନ କହିଛନ୍ତି ମୁଁ ଅନେକ ଥର ଏହି ବିଷୟରେ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିବା ସହ ସମସ୍ୟା ର ସମାଧାନ ପାଇଁ ଦାବି କରିଛି।ତେବେ ଶୀଘ୍ର ଏହି ସମସ୍ୟାର ସମାଧାନ କରି ହିତାଧିକାରୀଙ୍କୁ ପାନୀୟ ଜଳ ଯୋଗେଇବାକୁ ଦାବି ହୋଇଛି।