ଆର୍ଥର ଆସକିନ, ଗେରାର୍ଡ ମୋରୋ ଓ ଡୋନୋ ଷ୍ଟ୍ରିକଲାଣ୍ଡ ଏ ବର୍ଷର ଫିଜିକ୍ସ ନୋବେଲ ପାଇବେ

ଷ୍ଟକହୋମ : ତିନିଜଣ ବୈଜ୍ଞାନିକ ଆର୍ଥର ଆସକିନ (ଆମେରିକା), ଗେରାର୍ଡ ମୋରୋ (ଫ୍ରାନ୍ସ) ଓ ଡୋନା ଷ୍ଟ୍ରିକଲାଣ୍ଡ ( କାନାଡା) ଏ ବର୍ଷର ଫିଜିକ୍ସ ନୋବେଲ ପୁରସ୍କାର ପାଇବେ । ଏ ସଂପର୍କରେ ରୟାଲ ସ୍ୱିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ମିଳିବାକୁ ଥିବା ୯ ନିୟୁତ ସ୍ୱିସ କ୍ରୋନର ( ପ୍ରାୟ ୧ ନିୟୁତ ଡଲାର) ଏହି ତିନିଜଣଙ୍କ ମଧ୍ୟରେ ବାଣ୍ଟିଦିଆଯିବ । ଆଲୋକ ବିଜ୍ଞାନ ବା ଅପଟିକାଲ ଫିଜିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଏହି ୩ ଜଣଙ୍କୁ ଏହି ପୁରସ୍କାର ଦିଆଯିବ ।

ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତେବେ ଯୌନ କେଳେଙ୍କାରୀ ପାଇଁ ଏ ବର୍ଷ ସାହିତ୍ୟ ନୋବେଲ ପୁରସ୍କାର କାହାରିକୁ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର