ନିର୍ବାଚନ ଆସିଲାଣି, କିନ୍ତୁ ବଢିଚାଲିଛି ଲାଲୁଙ୍କ ଦୁଇ ପୁଅଙ୍କ ମଧ୍ୟରେ ବିବାଦ

ପାଟନା : ସାଧାରଣ ନିର୍ବାଚନ ଆଉ ଅଳ୍ପ କିଛି ଦିନ ବାକି ଥିବାବେଳେ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ସବୁକିଛି ଠିକ ନାହିଁ । ଲାଲୁଙ୍କ ଦୁଇ ପୁଅ ତେଜସ୍ବୀ ଓ ତେଜପ୍ରତାପଙ୍କ ମଧ୍ୟରେ କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ବଡ଼ଭାଇ ତେଜପ୍ରତାପ ଆଜି ଦଳର ଛାତ୍ରସଂଗଠନର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏକ ଟ୍ବିଟ କରି ସେ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ମୁର୍ଖ ବୋଲି ଭାବୁଛନ୍ତି ସେମାନେ ନିଜେ କିଛି ଜାଣିନାହାନ୍ତି । ସେ ତାଙ୍କ ଭାଇ ତେଜସ୍ବୀଙ୍କୁ ଏକଥା କହିଥିବା ଜଣାଯାଇଛି ।

ଗତ ପ୍ରାୟ ବର୍ଷେ ହେବ ଲାଲୁ ପରିବାରରେ ତେଜପ୍ରତାପଙ୍କୁ ନେଇ ଅସନ୍ତୋଷ କୁହୁଳିଚାଲିଛି । ଗତ ବର୍ଷ ତେଜପ୍ରତାପ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ଲାଗି ସମର୍ଥନ କରୁନାହିଁ । ଏହାକୁ ବିରୋଧ କରି ସେ ପାଟଣାରୁ ବାହାରକୁ ପଳେଇ ଯାଇଥିଲେ । ପରେ ପାଟଣା ଫେରି ପରିବାର ସହିତ ନ ରହି ଅଲଗା ଏକ ଘରେ ରହୁଥିଲେ । ବିଗତ କିଛି ଦିନ ହେଲା ସେ ଦଳରେ ସକ୍ରିୟ ହୋଇଯାଇଥିଲେ । ନିଜେ ଜନତା ଦରବାର ଲଗାଉଥିଲେ । ତେବେ ଦଳର କର୍ମକର୍ତ୍ତା ଏଥିରୁ ଦୂରେଇ ରହୁଥିଲେ ।

ସମ୍ବନ୍ଧିତ ଖବର