ମୁମ୍ବାଇ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋସିଆଲ୍ ନେଟ୍ଓ୍ଵର୍କିଂ ସାଇଟ୍ ଫେସ୍ବୁକ୍ ଭାରତୀୟ ଜାତୀୟ କଂଗ୍ରେସ ସହ ସଂଯୁକ୍ତ ୬୮୭ ପେଜ୍କୁ ଡିଲିଟ୍ କରିଦେଇଛି ବୋଲି ଏକ ଖବର ପ୍ରକାଶ ପାଇଥିଲା। ଏହି ପ୍ରସଂଗରେ ମୁହଁ ଖୋଲିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଡିଲିଟ୍ ହୋଇଥିବା ପେଜ୍ଗୁଡ଼ିକ ଆମର ନୁହେଁ।
ଉଲ୍ଲେଖଯୋଗ୍ୟ, ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋସିଆଲ୍ ନେଟ୍ଓ୍ଵର୍କିଂ ସାଇଟ୍ ଫେସ୍ବୁକ୍ ଭାରତୀୟ ଜାତୀୟ କଂଗ୍ରେସ ସହ ସଂଯୁକ୍ତ ୬୮୭ ପେଜ୍କୁ ଡିଲିଟ୍ କରିଦେଇଛି। ପେଜ୍ଗୁଡ଼ିକରେ ଅମାନବୀୟ ପୋଷ୍ଟ୍ ଦେଖିବାକୁ ମିଳୁଥିବା ହେତୁ ସେସବୁକୁ ଡିଲିଟ୍ କରି ଦିଆଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବ୍ୟବହାରକାରୀଙ୍କ ଅମାନବୀୟ ଆଚରଣ ସକାଶେ ପେଜ୍କୁ ଡିଲିଟ୍ କରିବାକୁ ପଡ଼ିଛି ବୋଲି ଫେସ୍ବୁକ୍ ସୂଚନା ଦେଇଛି।
ରିପୋର୍ଟ ଅନୁସାରେ, ଫେସ୍ବୁକ୍ ପକ୍ଷରୁ ହୋଇଥିବା ତଦନ୍ତରୁ ଜାଣିବାକୁ ମିଳିଛି ଯେ କେତେକ ବ୍ୟବହାରକାରୀ ନକଲି ଆକାଉଣ୍ଟ୍ ବ୍ୟବହାର ଫେସ୍ବୁକ୍ରେ କେବଳ ଏନ୍ଗେଜ୍ମେଣ୍ଟ୍ ବଢ଼ାଇବାର ପ୍ରୟାସ କରୁଛନ୍ତି। ଏପରି ନକିଲି ଆକାଉଣ୍ଟ୍ ବ୍ୟବହାର କରି ନିଜ ଦଳର ପ୍ରଚାର ପ୍ରସାର କରିବା ସକାଶେ ବ୍ୟବହାରକାରୀମାନେ ବିଭିନ୍ନ ଗ୍ରୁପ୍ ଜଏନ୍ କରିଥିବା ଜାଣିବାକୁ ମିଳିବା ପରେ କମ୍ପାନି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।
କମ୍ପାନି ୬୮୭ ପେଜ୍କୁ ଡିଲିଟ୍ କରି ଦେବା ନେଇ ସଫେଇ ଦେଇ କହିଛି ଯେ ‘ଆମର ଆଟୋମେଟେଡ୍ ସିଷ୍ଟମ୍ରେ ଯେଉଁ ପେଜ୍ଗୁଡ଼ି ସନ୍ଦେହଜନକ ଜାଣିବାକୁ ମିଳିଲା ତାହାକୁ ଫେସ୍ବୁକ୍ରୁ ହଟାଇ ଦିଆଯାଇଛି।’ ହଟାଇ ଦିଆଯାଇଥିବା ପେଜ୍ଗୁଡ଼ିକରେ ମୁଖଃତ ମୋଦୀ ଓ ବିଜେପି ବିରୋଧୀ ପୋଷ୍ଟ୍ ଦେଖିବାକୁ ମିଳିଥିଲା।