ଆଚରଣ ବିଧି ଉଲ୍ଲଂଘନ କରିଥିବା ହେତୁ ଦେବାଶିଷ ସାମନ୍ତରାୟଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନୋଟିସ୍‌ ଜାରି କଲେ ନିର୍ବାଚନ ଅଧିକାରୀ

କଟକ: କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାର ନୋଟିସ୍‌ ଜାରି କରିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଦେବାଶିଷଙ୍କୁ ନୋଟିସ ଜାରି କରାଯାଇଛି ବୋଲି ଜାଣିବାକୁ ମିଳିଛି। ଗଣତନ୍ତ୍ରର ମହା ପର୍ବରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିପାରିବେ ନାହିଁ ବୋଲି ପ୍ରାର୍ଥୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇ ଥିଲା। କିନ୍ତୁ ଏହାକୁ ଉଲ୍ଲଂଘନ କରି ଦେବାଶିଷ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ୨୧ ତାରିଖ ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ କରାଯାଇଥିଲା। କିନ୍ତୁ ଦେବାଶିଷ ଗତକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ମେସେଜ ଜାରି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯାହାର ଯାଞ୍ଚ କରି ନିର୍ବାଚନ କମିଶନ ଦେବାଶିଷଙ୍କୁ ନୋଟିସ ଜାରି କରିଛନ୍ତି। ଏପରିକି ୪୮ ଘଣ୍ଟା ମଧ୍ୟରେ ଏହାର ଜବାବ ଦେବାକୁ ଦେବାଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଅଧିକାରୀ।

ସମ୍ବନ୍ଧିତ ଖବର