ବୀରମିତ୍ରପୁର: ବୀରମିତ୍ରପୁର ହଳଦିଆ ଦଫେଇ ମେଳା ମଇଦାନ ଠାରେ ନୂଆଖାଇ ଭେଟଘାଟ ଓ ସମ୍ବଲପୁରୀ ନାଇଟ ଧୂମଧାମ ସହ ପାଳିତ ହୋଇଯାଇଛ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଗଙ୍ଗାରାମ ବୁଡ଼େକ ଯୋଗଦେଇ ଭାରତୀୟ ସଂସ୍କୃତିରେ ଜୁହାର,ପ୍ରଣାମ ବା ନମସ୍କାରର ସ୍ବତନ୍ତ୍ର ସ୍ଥାନ ରହିଛି। ନୂଆଖାଇ ଜୁହାର ନମ୍ରତା ଓ ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ ବୋଲି ନିଜ ଅଭିଭାଷଣରେ କହିଥିଲେ।

Advertisment

ସମ୍ମାନିତ ଅତିଥି ଭାବରେ ପୌରପାଳିକା ଉପାଧ୍ୟାକ୍ଷା ନିବେଦିତା ବାଗେ, ଯୁବନେତା ସୁନୀଲ ତିୱାରୀ, କାଉନସିଲର କମଲେଶ ସିଂହ, କଲୋସିହିରିଆ ସମିତିସଭ୍ୟ ସଞ୍ଜୟ ଲୁଗୁନ, କଚାରୁ ସମିତି ସଭ୍ୟ ଯୋଗ ଦେଇଥିବା ବେଳେ ମୁଖ୍ୟବ୍ୟକ୍ତା ଭାବରେ ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ମନୋଜ ମହାନନ୍ଦ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ମାନସ ନନ୍ଦ କରିଥିବା ବେଳେ  ରୋହିତ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ଆଗରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ଏକ ରଙ୍ଗାରଙ୍ଗ ସମ୍ବଲପୁରୀ ଅର୍କେଷ୍ଟ୍ର ପରିବେଷଣ କରାଯାଇଥିଲା। ସମ୍ବଲପୁରୀ ସୁନାମଧନ୍ୟ ଗାୟକ ଟିକୁରାଜ ନନ୍ଦ, ବିଶିଶୁନା, ଜନ୍ମଜୟ ବାରିକ, କାଜୁ ଯୋଗଦେଇଥିଲେ। ନୂଆଖାଇ ଭେଟଘାଟ କମିଟି ସଭାପତି ସୁଦର୍ଶନ ଦୀପ, ଉପସଭାପତି ବେଣୁଧର ମଶାନ୍ତ, ସମ୍ପାଦକ ମାନସ ନନ୍ଦ, ସହ ସମ୍ପାଦକ କିଶୋର ଗାନ୍ଧା, କୋଷାଧ୍ୟକ୍ଷ ଶ୍ୟାମ ବାଗ, ପରାମର୍ଶ ସଦସ୍ୟ ରୋହିତ ଦୀପ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନାରେ ସହାୟତା କରିଥିଲେ।