ପାରା ମେଡିକାଲ ଷ୍ଟାଫ୍ ଓ ନର୍ସ ଧାରଣା ଯୋଗୁଁ ବଲାଙ୍ଗୀର ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଡାକ୍ତରଖାନାରେ ରୋଗୀ ସେବା ଠପ୍!

ବଲାଙ୍ଗୀର: ବଲାଙ୍ଗୀରର ସରକାରୀ ଭେଷଜ ମହାବିଦ୍ୟାଳୟ ଏବଂ ଡାକ୍ତରଖାନାରେ ରୋଗୀ ସେବା ଠପ୍ ହୋଇଥିବା ଜଣାଯାଇଛି। ପାରା ମେଡିକାଲ ଷ୍ଟାଫ୍ ଓ ନର୍ସ ଧାରଣାରେ ବସିଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଗତ ଜୁନ୍ ମାସ ୨୬ ତାରିଖରେ ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ , ଯେଉଁଥିପାଇଁ ଆଜି ନର୍ସମାନେ ମେଡିକାଲ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆଜି ପାରା ମେଡ଼ିକାଲ ଓ ନର୍ସମାନେ କାର୍ଯ୍ୟବନ୍ଦ କରିବା ସହ ମେଡ଼ିକାଲ କଲେଜ ମୁଖ୍ୟ ଫାଟକ ସାମନାରେ ଧାରଣାରେ ବସିଛନ୍ତି । ନର୍ସଙ୍କ ଧାରଣା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧିତ ଖବର