କୁମ୍ଭମେଳାରେ ବିଭିନ୍ନ ପ୍ରକାରର ବାବାଙ୍କ ମଧ୍ୟରେ ଆକର୍ଷଣ ପାଲଟିଲେ ଓଡ଼ିଆ ବାବା, ଜମିଲା ଓଡ଼ିଆ ଭକ୍ତଙ୍କ ଭିଡ଼

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭମେଳାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ସାଧୁସନ୍ଥ। ସାଧୁଙ୍କ ବେଶଭୂଷା, କଠିନ ସାଧନା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି। ତେବେ କୁମ୍ଭମେଳାରେ ସାହି ସ୍ନାନ କରିବାକୁ ଓଡ଼ିଶାର ବହୁ ସାଧୁସନ୍ଥ ମଧ୍ୟ ଯାଇଛନ୍ତି। ସେଠାରେ ଓଡ଼ିଆ ବାବାଙ୍କ ଆଶୀର୍ବାଦ ନେବାକୁ ଭକ୍ତଙ୍କ ଭିଡ଼ ଜମିଛି।
କୁମ୍ଭମେଳାର ଚର୍ଚ୍ଚିତ ବାବା। ପ୍ରୟାଗରାଜର ଏହି ମେଳାରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଶୈଳିରେ ଜୀବନ ବିତାଉଥିବା ସାଧୁମାନଙ୍କୁ। ଆଉ ଏହା ଭିତରେ ଆକର୍ଷଣ ପାଲଟିଛନ୍ତି ହାତଟେକା ବାବା, ପାଇଲଟ୍‌ ବବା ଓ ଠିଆ ବାବାଙ୍କ ଭଳି ଅନେକ ସାଧୁ।

ଷ୍ଟାଣ୍ଡିଂ ବାବା: ବିଶ୍ୱାସ ହେବ ନାହିଁ ଯେ ଠିଆ ବାବା ଦୀର୍ଘ ୯ବର୍ଷ ହେଲା ବାବା ଗୋଟିଏ ଗୋଡ଼ରେ ଛିଡା ହୋଇ ରହିଛନ୍ତି। ଏପରିକି ବାବା ନିଜର ସମସ୍ତ ନିତ୍ୟକର୍ମ କଲାବେଳେ ମଧ୍ୟ ଏହି ଭଳି ଛିଡ଼ାହୋଇ ରୁହନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ବାବା ଏମିତି ଛିଡ଼ା ହୋଇ ଶୋଇଯାଆନ୍ତି ମଧ୍ୟ। ତେବେ କେବଳ ଚାଲିବା ସମୟରେ ଅନ୍ୟ ଗୋଡ଼ଟିକୁ ବ୍ୟବହାର କରୁଛନ୍ତି।

ପାଇଲଟ ବାବା: କୁମ୍ଭମେଳାରେ ପାଇଲଟ୍‌ ବାବା। ବାୟୁସେନାରୁ ସନ୍ୟାସୀ। ବାୟୁସେନାରେ ୱିଙ୍ଗ୍‌ କମାଣ୍ଡର ଭାବେ କାର୍ଯ୍ୟ କରିଥିବା କପିଲ ସିଂ ବର୍ତ୍ତମାନ ପାଇଲଟ ବାବା ଭାବେ ପରିଚିତ। ତିନି ତିନିଟି ଯୁଦ୍ଧରେ ଲଢ଼ିଥିବା ପାଇଲଟ ଚାକିରୀରୁ ଅବସର ନେବା ପରେ ଅଚାନକ ସନ୍ୟାସୀ ମାର୍ଗରେ ଯାଇଥିଲେ ଏହି ବାବା। ବିଶ୍ୱର ପ୍ରାୟ ୧୬୦ ଦେଶରେ ପାଇଲଟ୍‌ ବାବାଙ୍କର ଭକ୍ତ ରହିଛନ୍ତି।

ରୁଦ୍ରାକ୍ଷ ବାବା: କୁମ୍ଭମେଳାରେ ଏଭଳି ଜଣେ ବାବା ଅଛନ୍ତି ଯିଏକି ବେକରେ ଧାରଣ କରିଛନ୍ତି ୭୦ କିଲୋଗ୍ରାମର ରୁଦ୍ରାକ୍ଷ। ଏତିକି ପରିମାଣ ଓଜନର ରୁଦ୍ରାକ୍ଷ ପିନ୍ଧି ସେ ପ୍ରୟାଗରାଜ କୁମ୍ଭମେଳାର ଡେରା ପକାଇଛନ୍ତି।

ସମ୍ବନ୍ଧିତ ଖବର