ନୂଆଦିଲ୍ଲୀ: ସୁନା ଜିତିଲେ ସୁନା ଝିଅ । ୭୭ ତମ ସିନିୟର ନ୍ୟାସନାଲ ସନ୍ତରଣ ପ୍ରତିଯୋଗିତାରେ ମହିଳାଙ୍କ ବାଜିମାତ । ଦୀର୍ଘ ୭୬ ବର୍ଷ ପରେ ପଦକ ହାସଲ କଲା ଓଡିଶା ।  ୫ ଜଣ ମହିଳା ସ୍ୱିମର ଏହି ପ୍ରତିଯୋଗିତାରେ ଓଡିଶା ପାଇଁ ଗର୍ଵ ଆଣିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ସ୍ୱିମିଙ୍ଗ ଫେଡରେସନ ପକ୍ଷରୁ ହୋଇ ଆସୁଥିବା ଏହି ମ୍ୟାଚରେ କେହି ବି ପଦକ ହାତେଇ ପାରିନଥିଲେ ।

Advertisment

ଏଥିରେ ଓଡ଼ିଶାର ଝିଅମାନେ ଏବେ ବାଜି ମାରି ନେଇଛନ୍ତି । ପ୍ରତ୍ୟାଶା ଗୋଟିଏ ଗୋଲଡ଼, ଦୁଇଟି ସିଲଭର ସହ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି । ଶହେ ମିଟର, ଦୁଇଶହ ମିଟର ବ୍ୟାକ ଷ୍ଟ୍ରୋକରେ ଇଂଡିଭିଜୁଆଲ ମେଡାଲ ସାଙ୍ଗକୁ ରିଲେରେ ପୁରା ଟିମ୍ ଗୋଲ୍ଡ ମେଡାଲ ହାସଲ କରି ଓଡିଶା ଫେରିଛନ୍ତି । ପ୍ରତ୍ୟାଶା ଓଡ଼ିଶା ପକ୍ଷରୁ ସ୍ୱିମିଙ୍ଗରେ ଏହି ସଫଳତା ପାଇ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ କେହି ଏହି ସଫଳତା ଯେହେତୁ ପାଇନାହାନ୍ତି ତେଣୁ ଅନେକ ସଂଘର୍ଷ ରହିଥିଲା । କିନ୍ତୁ ପୁରା ଟିମ୍ ର ଏହା ସଫଳତା ବୋଲି ସେ କହିଛନ୍ତି ।

ସେହିଭଳି ଓଡ଼ିଶାରେ ସ୍ୱିମିଙ୍ଗ ଶିଖିବା ସହଜ ହୋଇପାରିଛି। ଆଗକୁ ଜୁନିଅର ସବ୍ ଜୁନିଅର ବିଭାଗରେ ବି ଏଭଳି ଆଖିଦୃଶିଆ ସଫଳତା ମିଳିପାରିବ । ହାଇ ପରଫମନ୍ସ ସେଣ୍ଟର ରହିଛି, ସ୍ୱିମିଙ୍ଗ ପାଇଁ ଯଥେଷ୍ଟ ଭିତ୍ତିଭୂମି ଅଛି । ଅନ୍ୟ ରାଜ୍ୟ ଅପେକ୍ଷା ଆମର କ୍ରୀଡା ଭିତ୍ତିଭୂମି ଓ କୋଚ୍ ଭଲ ଅଛନ୍ତି ତେଣୁ ଆଗାମୀ ଦିନରେ ଅଲିମ୍ପିକସ ରେ ହକି ସହ ଅନ୍ୟାନ୍ୟ ଖେଳ ସାଙ୍ଗକୁ ସନ୍ତରଣରେ ମଧ୍ୟ ପଦକ ଆଶା ବଢିଛି ବୋଲି ଅଭିଭାବକ କହିଛନ୍ତି ।