ଭବାନୀପାଟଣା: ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ଆଉ ଟଙ୍କା ପଠାଇଲେ ଫେରିବ ଶବ। ଠିକାଦାର ଟଙ୍କା ଦେଲେ ଘରକୁ ଶବ ପଠାଇବୁ ନହେଲେ ଶବ ଏଇଠି ଜାଳିଦେବୁ ବୋଲି ଫୋନ ଯୋଗେ ପରିବାର ଲୋକଙ୍କୁ କହିଥିବା ଅଭିଯୋଗ ହୋଇଛି। ଅଭାବୀ ପରିବାରରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିବାରୁ ପୁଅର ମୃତଦେହ ଫେରାଇ ଆଣିବାକୁ ଗୁହାରି କରିଛନ୍ତି ବୃଦ୍ଧ ମା’।
ଠିକା ସଂସ୍ଥାରେ କାମ କରୁଥିବା ବେଳେ ଗତକାଲି ଦେହ ଅସୁସ୍ଥ ଥିବା ଫୋନ ଯୋଗେ ବୃଦ୍ଧା ମା’ଙ୍କୁ ଜଣାଇଥିଲେ ରାଜନଙ୍କ ପତ୍ନୀ ମାଲତୀ । ରାତି ସମୟରେ ମୃତ୍ୟୁ ହେବାରୁ ଠିକାଦାର ଟଙ୍କା ଦେଲେ ଘରକୁ ଶବ ପଠାଇବୁ ନହେଲେ ଶବ ଏଇଠି ଜାଳିଦେବୁ ବୋଲି ଫୋନ ଯୋଗେ କହିଥିଲେ। ଅସହାୟ ବୃଦ୍ଧ ବୃଦ୍ଧା କେଉଁଠୁ ଟଙ୍କା ଦେଇ ଶବ ଆଣିବେ ବୋଲି ମୃତ ରାଜନଙ୍କ ମା’ କହିଛନ୍ତି। ପୁଅର ମଲା ମୁହଁ ଟିକେ ଦେଖିବା ପାଇଁ, ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପାଖରେ ଗୁହାରି କରିଛନ୍ତି।
ସୂଚନା ଅନୁସାରେ ପରିବାର ପ୍ରତିପୋଷଣ ପାଇଁ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ରିସଗାଁ ଡଙ୍ଗରୀପଡାର ରାଜନ ଲହଜଲ ଓ ତାଙ୍କ ପତ୍ନୀ ମାଳତୀ ଦାଦନ ଖଟିବାକୁ ଯାଇଥିଲେ। ବର୍ଷକ ତଳେ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ବାପା ମା ଓ ତିନି କୁନି କୁନି ପୁଅ ଝିଅକୁ ଛାଡ଼ି ପେଟପାଟଣା ପାଇଁ ଗୋଆ ଯାଇଥିଲେ। ସେଠାରେ ରାଜନଙ୍କ ମୃତ୍ୟୁ ହୋଇଛି।
ଠିକା ସଂସ୍ଥାରେ କାମ କରୁଥିବା ବେଳେ ଗତକାଲି ଦେହ ଅସୁସ୍ଥ ଥିବା ଫୋନ ଯୋଗେ ବୃଦ୍ଧା ମା’ଙ୍କୁ ଜଣାଇଥିଲେ ରାଜନଙ୍କ ପତ୍ନୀ ମାଲତୀ । ରାତି ସମୟରେ ମୃତ୍ୟୁ ହେବାରୁ ଠିକାଦାର ଟଙ୍କା ଦେଲେ ଘରକୁ ଶବ ପଠାଇବୁ ନହେଲେ ଶବ ଏଇଠି ଜାଳିଦେବୁ ବୋଲି ଫୋନ ଯୋଗେ କହିଥିଲେ। ଅସହାୟ ବୃଦ୍ଧ ବୃଦ୍ଧା କେଉଁଠୁ ଟଙ୍କା ଦେଇ ଶବ ଆଣିବେ ବୋଲି ମୃତ ରାଜନଙ୍କ ମା’ କହିଛନ୍ତି। ପୁଅର ମଲା ମୁହଁ ଟିକେ ଦେଖିବା ପାଇଁ, ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପାଖରେ ଗୁହାରି କରିଛନ୍ତି। ବର୍ତ୍ତମାନ ରାଜନଙ୍କ ଶବ ଗୋଆ ହସ୍ପିଟାଲରେ ରହିଛି। ମୃତଦେହ ଫେରାଇ ଆଣିବା ପାଇଁ ଠିକାଦାରଙ୍କ ସହ କଥା ହୋଇ ଶବ ପହଞ୍ଚାଇବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ଶ୍ରମ ଅଧିକାରୀ।