ବରଗଡ଼: ବରଗଡ଼କୁ ଫେରୁଛି ଦାଦନ ଶବ। ତେଲେଙ୍ଗାନାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ଶବ ଫେରୁଥିବା ସୂଚନା ହସ୍ତଗତ ହୋଇଛି। ମୃତା ମହିଳା ଶ୍ରମିକଙ୍କ ନାମ ହୀରା ମୁଣ୍ଡା (୪୦) ବୋଲି ସୂଚନା ମିଳିଛି।
ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ନାଗେନପାଲିର ଦୁର୍ଗା ମୁଣ୍ଡା ନିଜ ଛୁଆପିଲା ଧରି ଦାଦନ ଖଟିବାକୁ ତେଲେଙ୍ଗାନା କରିମ ନଗର ଅଞ୍ଚଳର କେବିସି ବ୍ରିକ୍ସକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ କ୍ରେନ୍ରେ କାମ କରୁଥିବା ସମୟରେ ୩ ଜଣଙ୍କ ଦୁର୍ଘଟଣା ଘଟିଥିଲା। ଏଥିରେ ହୀରାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସେଠାକାର ସ୍ଥାନୀୟ କୋଠପାଲି ଥାନାରେ କେସ୍ ନମ୍ବର ୧୨୩/୨୫ରେ ମାମଲା ରୁଜୁ ହୋଇଛି। ଉକ୍ତ ମହିଳା ଦାଦନଙ୍କ ଶବ ବରଗଡ଼ ଫେରୁଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ନାଗେନପାଲିର ଦୁର୍ଗା ମୁଣ୍ଡା ନିଜ ଛୁଆପିଲା ଧରି ଦାଦନ ଖଟିବାକୁ ତେଲେଙ୍ଗାନା କରିମ ନଗର ଅଞ୍ଚଳର କେବିସି ବ୍ରିକ୍ସକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ କ୍ରେନ୍ରେ କାମ କରୁଥିବା ସମୟରେ ୩ ଜଣଙ୍କ ଦୁର୍ଘଟଣା ଘଟିଥିଲା। ଏଥିରେ ହୀରାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସେଠାକାର ସ୍ଥାନୀୟ କୋଠପାଲି ଥାନାରେ କେସ୍ ନମ୍ବର ୧୨୩/୨୫ରେ ମାମଲା ରୁଜୁ ହୋଇଛି। ଉକ୍ତ ମହିଳା ଦାଦନଙ୍କ ଶବ ବରଗଡ଼ ଫେରୁଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/25/pHVvXb9brs4kDHTLNVuA.jpg)