ରିଆମାଳ: ହାଇଦ୍ରାବାଦରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଦେବଗଡ଼ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପରା ପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମର ସ୍ବର୍ଗତ ନବୀନ ବିଶ୍ବାଳଙ୍କ ପୁଅ ଅନିଲ ବିଶ୍ବାଳ(୨୯)। ସେ ତିନି ମାସ ହେଲା ଅର୍ଥ ରୋଜଗାର ପାଇଁ ଘରୁ ହାଇଦ୍ରାବାଦ ଯାଇଥିଲେ। ହାଇଦ୍ରାବାଦର ଚେତ୍ତିଙ୍ଗ ମୋରିମୁରା ସେମିକଣ୍ଡକ୍ଟର ମେଟେରିଆଲ କମ୍ପାନୀରେ କାମ କରୁଥିଲେ।ଗତ ଅଗଷ୍ଟ ମାସ ୨ ତାରିଖ ଦିନ ଅଚେତ ହୋଇ ପଡ଼ିଥିଲା।ତାକୁ ନିକଟସ୍ଥ ମେଡିକାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହାଇଦ୍ରାବାଦରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ପରା ପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମର ସ୍ବର୍ଗତ ନବୀନ ବିଶ୍ବାଳଙ୍କ ପୁଅ ଅନିଲ ବିଶ୍ବାଳ(୨୯)। ସେ ତିନି ମାସ ହେଲା ଅର୍ଥ ରୋଜଗାର ପାଇଁ ଘରୁ ହାଇଦ୍ରାବାଦ ଯାଇଥିଲେ। ହାଇଦ୍ରାବାଦର ଚେତ୍ତିଙ୍ଗ ମୋରିମୁରା ସେମିକଣ୍ଡକ୍ଟର ମେଟେରିଆଲ କମ୍ପାନୀରେ କାମ କରୁଥିଲେ।ଗତ ଅଗଷ୍ଟ ମାସ ୨ ତାରିଖ ଦିନ ଅଚେତ ହୋଇ ପଡ଼ିଥିଲା।ତାକୁ ନିକଟସ୍ଥ ମେଡିକାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାପରେ ଗୋଆରେ ଥିବା ତାଙ୍କର ସାନ ଭାଇ ସୁନିଲ ହାଇଦ୍ରାବାଦରେ ପହଞ୍ଚିଥିଲା। ହାଇଦ୍ରାବାଦରୁ ଏକ ଶବ ବାହକ ଆମ୍ବୁଲାନ୍ସ ଗାଡ଼ିରେ ଆଣି ଗ୍ରାମରେ ଗତକାଲି ରାତି ୮ଟାରେ ପହଞ୍ଚାଇ ଥିଲେ। ମୃତ ସୁନିଲ ସରଳ,ବିଶ୍ବାସୀ ହୋଇଥିବାରୁ ଗ୍ରାମରେ ପ୍ରିୟ ଥିଲା।ଏଭଳି ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ସ୍ତ୍ରୀ ଓ ଦେଢ଼ ବର୍ଷର ଝିଅ ଅଛନ୍ତି। ପରିବାର ଚଳାଇବା ପାଇଁ ସେ ହାଇଦ୍ରାବାଦ କାମ କରିବାକୁ ଯାଇଥିଲା। ମାତ୍ର ବିଧିର ବିଧାନ ସବୁ ଓଲଟ ପାଲଟ ହୋଇଗଲା। ତାଙ୍କ ଦେହାନ୍ତରେ ପରିବାର ବେସାହାରା ହୋଇ ଯାଇଛନ୍ତି। ସରକାରଙ୍କ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।