କ୍ୟାବିନେଟ୍ ଆଜି : ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଅନୁେମାଦନ ପାଇଁ ଆସିପାରେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖାଦ୍ୟ େଯାଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, ନଗର ଉନ୍ନୟନ, ସମବାୟ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତାବ ଅଣାଯାଉଛି। ବିଶେଷକରି ୧୬୦ େକାଟି ଟଙ୍କା ବ୍ୟୟରେ ଭୁବନେଶ୍ବର ବସଷ୍ଟାଣ୍ଡ ଉନ୍ନତୀକରଣ େନଇ ପ୍ରସ୍ତାବ ଅନୁମୋଦନ ଲାଭ କରିପାରେ।

ସମ୍ବନ୍ଧିତ ଖବର