ଭୁବନେଶ୍ୱର: ଆପଣ ବି ଜାଗାଟିଏ କିଣିବେ, କୁନି ଘରଟିଏ କରିବେ, ନିଜର ସମ୍ପତ୍ତି ବୋଲି ଅଧିକାର ତ ଜାହିର କରିବେ | ସିଏ ରାଜଧାନୀ ହେଉ କି ଓଡ଼ିଶାର କୌଣସି ସହର, ଖଣ୍ଡିଏ ପ୍ଲଟ ପାଇଁ ଜଣେ ମଧ୍ୟବିତ୍ତ ପରିବାର ଅନେକ ସ୍ବପ୍ନ ଦେଖିଥିବେ | ଆଉ ଦିନକୁ ଦିନ ବଢୁଥିବା ଜମି ଦରରେ ଖଣ୍ଡେ ଛୋଟ ପ୍ଲଟ ହେଉ ପଛେ କିଣିବା ପାଇଁ ଅନେକ ଲୋକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଟଙ୍କା ସଂଚୟ କରନ୍ତି | କିନ୍ତୁ ଆପଣ ଜାଣିଛନ୍ତି ଓଡ଼ିଶାରେ ବି ଏମିତି କିଛି କରିତକର୍ମା ସରକାରୀ(ଦାଗୀ)ବାବୁ ଅଛନ୍ତି ଯେଉଁମାନେ ନିଜ ଦରମା ଛଡା ଲାଞ୍ଚ, କମିଶନ ବାବଦରେ ଟଙ୍କା ଆଦାୟ କରି ରେକର୍ଡ କରିଛନ୍ତି |
କିଛି ଧରାପଡୁଛନ୍ତି, କିଛି ଅଛନ୍ତି ଯିଏ ପରଦା ପଛରେ ରହି ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି | ତେବେ ଭିଜିଲାନ୍ସର ଇତିହାସରେ ଆୟ ବହିର୍ଭୁତ ଚଢ଼ାଉବେଳେ ଏମିତି କିଛି ବାବୁ ଧରାପଡ଼ିଛନ୍ତି ଯାହାଙ୍କର ଟଙ୍କା, ସୁନା ଗହଣା ଛାଡ଼ନ୍ତୁ, କଳା ଟଙ୍କାରେ ଏତେ ଜମି ବା ପ୍ଲଟ କିଣିଛନ୍ତି ଯାହା ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ |
ଆପଣ ଜାଣି ଆଚମ୍ବିତ ହେବେ ଯେ ଏହି ବାବୁମାନଙ୍କ ଜମି ଏତେ ଅଛି ଯେ ଛୋଟ ଛୋଟ ବିଲଡରମାନେ ବି ବାରମ୍ବାର ପାଣି ପିଇବେ | ଭିଜିଲାନ୍ସ ଇତିହାସରେ ଧରାପଡିଥିବା ଏମିତି ଟପ-୧୦ ବାବୁଙ୍କ ନାମ ଆମେ ଆଜି ପ୍ରକାଶ କରିବୁ, ଯାହାଙ୍କ ପାଖରୁ ଏତେ ପ୍ଲଟର ହିସାବ ମିଳିଛି ଯେ ରାଜଧାନୀର ଗୋଟେ କୁନି ବିଲଡର ବି ଏତିକି ପ୍ଲଟର ବ୍ୟବସାୟ କରିବାକୁ ଡରିବ |
ଟପ-୭
୧.ନିତ୍ୟାନନ୍ଦ ନାୟକ,ଡ଼ିଏଫଓ, କେନ୍ଦୁପତ୍ର ଡିଭିଜନ, କେନ୍ଦୁଝର: ୧୧୫ ପ୍ଲଟ
୨.ପ୍ରଭାସ କୁମାର ପ୍ରଧାନ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆନନ୍ଦପୁର ବ୍ୟାରେଜ, କେଉଁଝର: ୧୦୫ ପ୍ଲଟ
୩.ରାମଚନ୍ଦ୍ର ମିଶ୍ର, ଯୁଗ୍ମ ଅବକାରୀ କମିଶନର:୫୨ ପ୍ଲଟ
୪.ପ୍ରଦୀପ କୁମାର ରଥ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଓଡିଶା ବ୍ରିଜ ଆଣ୍ଡ କନ୍ଷ୍କ୍ଟ୍ରକ୍ସନ କର୍ପୋରେସନ: ୫୦ ପ୍ଲଟ
୫.ସୁନୀଲ କୁମାର ରାଉତ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଲୋୟର ସୁକତେଲ ପ୍ରକଳ୍ପ: ୩୪ ପ୍ଲଟ
୬.କୈଳାସ ଚନ୍ଦ୍ର ସାହୁ, ମୁଖ୍ୟ ଇଂଜିନିୟର, ବୈତରଣୀ ଡିଭିଜନ: ୨୮ ପ୍ଲଟ
୭.ରାମଚନ୍ଦ୍ର ଶତପଥୀ, ଏଇଇ, ଆଠମଲ୍ଲିକ ବ୍ଲକ: ୨୨ ପ୍ଲଟ
କିନ୍ତୁ ଏମାନଙ୍କୁ ଟପିଯାଇ ପ୍ଲଟ କ'ଣ ଏକର ଏକର ଜମି ନିଜ ହାତମୁଠାରେ ରଖିଥିବା ବାବୁ ହେଉଛନ୍ତି ଶ୍ରୀ ଦୟାନିଧି ବାଗ, ଯୁଗ୍ମ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ବିଭାଗ ଯାହାଙ୍କର ଅଛି ୮୪ ଏକର ଜମି |