ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗା ବଜାର ଠାରୁ ଯୁଗଳ ଛକ ପର୍ଯ୍ୟନ୍ତ ଏକାଧିକ ବିଶାଳକାୟ ବୃକ୍ଷ ରାଜପଥ ଉପରେ ପଡି ରାସ୍ତା ଅବରୋଧ ହୋଇଥିବାବେଳେ ବନବିଭାଗ ଓ ପୁଲିସ ମିଶି ତୁରନ୍ତ ୩୦ମିନିଟରେ ଗଛ ସବୁକୁ କାଟି ହଟାଇଲେ ଅବରୋଧ l

Advertisment

 ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ବାତ୍ୟା ପ୍ରଭାବରେ ରାତି ତମାମ ବର୍ଷା ପବନରେ ୧୮ନଂ ଜାତୀୟ ରାଜପଥର ବୈଶିଙ୍ଗା ଓ ବେତନଟୀ ମଧ୍ୟରେ ପାର୍ଶ୍ୱରେ ଥିବା ଏକାଧିକ ବିଶାଳକାୟ ଆକାଶିଆ, ପଟାସ ଓ ଶାଳ ବୃକ୍ଷ ରାଜପଥ ଉପରେ ଧରାଶାୟୀ ହୋଇ ପଡିଥିଲା l ଫଳରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା l ଖବରପାଇ ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ ଓ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ଆଧୁନିକ କଟିଂ ମେସିନ ସହିତ ଘଟଣାସ୍ଥଳରେ ପହଞ୍ଚି ମାତ୍ର ୩୦ମିନିଟ ଭିତରେ ଉପୁଡି ପଡ଼ିଥିବା ଗଛସବୁକୁ କାଟି ସଫା କରିଦେବା ସହିତ ରାଜପଥରେ ଯାତାୟତ ସ୍ୱାଭାବିକ କରିଥିଲେ l