ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କତଡା ଗ୍ରାମ ପଞ୍ଚାୟତ କୋଡାସାହିରେ ଜଣେ ୬୦ ବର୍ଷୀୟ ବୃଦ୍ଧ ରୋଗୀଙ୍କୁ ପ୍ରାୟ ଦୁଇ କିଲୋମିଟର ଦୂରରୁ ଆମ୍ବୁଲାନ୍ସ ପାଖକୁ ବୋହିକି ଆଣିଛନ୍ତି। ମିଳିଥିବା ଖବର ଅନୁସାରେ କୋଡାସାହିର ବନବାସି ବେହେରା (୬୦) ଙ୍କର ଭୀଷଣ ଦେହ ଖରାପ ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।

Advertisment

ପୁରୁଣାଗଡ଼ରେ ଥିବା ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। କୋଡାସାହି ଗ୍ରାମକୁ କାଦୁଅ ଯୋଗୁଁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ପଛରେ ଆମ୍ବୁଲାନ୍ସ ରହିଥିଲା। ଗ୍ରାମକୁ ଷ୍ଟ୍ରେଚର ନେଇ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀମାନେ ବୋହି କି ଆମ୍ବୁଲାନ୍ସ ପାଖକୁ ଆଣିଥିବା ଆମ୍ବୁଲାନ୍ସରେ ଆଟେଣ୍ଡାଣ୍ଟ କର୍ମଚାରୀ ଅଲେଖ ପ୍ରସାଦ ପ୍ରଧାନ ସୂଚନା ଦେଇଛନ୍ତି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହାନତା ଦେଖି ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।

ଖବର ପାଇ ପୁରୁଣାଗଡ଼ରେ ଥିବା ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। କୋଡାସାହି ଗ୍ରାମକୁ କାଦୁଅ ଯୋଗୁଁ ଆମ୍ବୁଲାନ୍ସ ଯାଇ ପାରିଲା ନାହିଁ। ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ପଛରେ ଆମ୍ବୁଲାନ୍ସ ରହିଥିଲା। ଗ୍ରାମକୁ ଷ୍ଟ୍ରେଚର ନେଇ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀମାନେ ବୋହି କି ଆମ୍ବୁଲାନ୍ସ ପାଖକୁ ଆଣିଥିବା ଆମ୍ବୁଲାନ୍ସରେ ଆଟେଣ୍ଡାଣ୍ଟ କର୍ମଚାରୀ ଅଲେଖ ପ୍ରସାଦ ପ୍ରଧାନ ସୂଚନା ଦେଇଛନ୍ତି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହାନତା ଦେଖି ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।