ରାଉରକେଲା: ସେକ୍ଟର-୧୫ ଛକରେ ବାଇକ୍‌-ଟ୍ରକ୍‌ ଧକ୍କାରେ ଜଣ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଅଞ୍ଚଳର ରଞ୍ଜିତ ସ୍ବାଇଁ(୬୩)। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକଙ୍କୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ହେଲେ ବୀରମିତ୍ରପୁର ଅଞ୍ଚଳର ପ୍ରଦୀପ କୁଜୁର।

Advertisment

ରଞ୍ଜିତ ମଙ୍ଗଳବାର ସକାଳେ ​ଛେଣ୍ଡ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଦିନ ପ୍ରାୟ ୧୦ଟା ବେଳେ ରଞ୍ଜିତ ସ୍ବାଇଁ ବାଇକ୍‌(ଓଆର-୧୪ଏସ୍‌-୯୯୭୭)ରେ ଛେଣ୍ଡରୁ ଆମ୍ବାଗାନ୍‌ ପଟକୁ ଯାଉଥିଲେ। ସେକ୍ଟର-୧୫ ଛକରେ ପଛପଟୁ ଆସୁଥିବା ଏକ ଟ୍ରକ୍‌(ଓଡି-୧୪କ୍ୟୁ-୨୫୩୯) ତାଙ୍କ ବାଇକ୍‌କୁ ଧକା ଦେବାରୁ ସେ ଗାଡ଼ିରୁ ଖସିପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଇଜିଏଚ୍‌କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ପ୍ରଦୀପ କୁଜୁରଙ୍କ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, ରଞ୍ଜିତ ମଙ୍ଗଳବାର ସକାଳେ ​ଛେଣ୍ଡ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ଦିନ ପ୍ରାୟ ୧୦ଟା ବେଳେ ରଞ୍ଜିତ ସ୍ବାଇଁ ବାଇକ୍‌(ଓଆର-୧୪ଏସ୍‌-୯୯୭୭)ରେ ଛେଣ୍ଡରୁ ଆମ୍ବାଗାନ୍‌ ପଟକୁ ଯାଉଥିଲେ। ସେକ୍ଟର-୧୫ ଛକରେ ପଛପଟୁ ଆସୁଥିବା ଏକ ଟ୍ରକ୍‌(ଓଡି-୧୪କ୍ୟୁ-୨୫୩୯) ତାଙ୍କ ବାଇକ୍‌କୁ ଧକା ଦେବାରୁ ସେ ଗାଡ଼ିରୁ ଖସିପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଇଜିଏଚ୍‌କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ପ୍ରଦୀପ କୁଜୁରଙ୍କ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।